ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ବିଶ୍ୱ ପରିବେଶ ଦିବସ ପାଳିତ

ଯାଜପୁର (ସନ୍ଦୀପ୍ତ ରାୟ) :-ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଯାଜପୁର ଆନୁକୁଲ୍ୟରେ ରବିବାର ସକାଳ ୮.୩୦ମି ସମୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ଚିକିତ୍ସାଳୟ ପରିସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ବିରଞ୍ଚି ନାରାୟଣ ବାରିକ ଏବଂ ମେଡିକାଲର ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ପରେ ଜିଲ୍ଲା ସ୍ୱାସ୍ଥ୍ୟ ତାଲିମ କେନ୍ଦ୍ର ପରିସରରେ ଏହି ଉପଲକ୍ଷେ ଏକ ସଭାର ଆୟୋଜନ କରା ଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ବାରିକ ସଭାରେ ଅଧ୍ୟକ୍ଷତା କରିବା ସହ ଆଜିର ଦିବସର ଅନୁଚିନ୍ତା ଉପରେ ଆଲୋକପାତ ପୂର୍ବକ ଚଳିତ ବର୍ଷ ପାଇଁ ବିଶ୍ୱ ପରିବେଶ ଦିବସର ପ୍ରସଂଗ “କେବଳ ଗୋଟିଏ ପୃଥିବୀ” ଅର୍ଥାତ ସମଗ୍ର ବ୍ରହ୍ମାଣ୍ଡରେ ପୃଥିବୀ ଏକମାତ୍ର ଜୀବନ ଉପଯୋଗୀ ଗ୍ରହ ହୋଇ ଥିବାରୁ ଏହାର ସୁରକ୍ଷା ଜରୁରୀ ବୋଲି ମତ ବ୍ୟକ୍ତ କରିଥିଲେ । ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ଦୁର୍ବିପାକ ଏବଂ ବିଶ୍ୱ ତାପାୟନ ପରି ସମସ୍ୟା ଯୋଗୁ ମାନବ ସମାଜର ଅସ୍ତିତ୍ୱ ପ୍ରଭାବିତ ହେଉଛି । ବ୍ୟପକ ବନିକରଣ ସହିତ ପ୍ରାକୃତିକ ସମ୍ପଦର ସଂରକ୍ଷଣ ଓ ଜନ ସଚେତନତା ଆମର ମୌଳିକ ଆଭିମୁଖ୍ୟ ହେବା ଆବଶ୍ୟକ ବୋଲି ସେ କହିଥିଲେ । ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇ ତାହାର ସମ୍ପୂର୍ଣ୍ଣ ରୂପେ ଯତ୍ନ ନେଲେ ଆଜିର ଦିବସର ଆଭିମୁଖ୍ୟ ସଧାରଣରେ ପ୍ରତିଫଳିତ ହୋଇ ପାରିବ । ଶେଷରେ ସଭାରେ ଉପସ୍ଥିତ ଚିକିତ୍ସାଳୟର ସମସ୍ତ କର୍ମଚାରୀଙ୍କୁ ବିଭାଗୀୟ ମୁଖ୍ୟ ଆଜିର ଦିବସରେ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଲେପ୍ରୋସି), ଏମସିପି ନେତ୍ରାନନ୍ଦ ଜେନା, ଡାକ୍ତରଖାନ ପରିଚାଳକ ରାକେଶ ପଣ୍ଡା, ଉପକରଣ କନସୁଲଟାଣ୍ଟ ଅକ୍ଷୟ କୁମାର ପଣ୍ଡା, ଷ୍ଟାଫ୍ ନର୍ସ, ଆଶାକର୍ମି ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ଜନସ୍ୱାସ୍ଥ୍ୟ ସଂଚାର ଅଧିକାରିଣୀ,ଯାଜପୁର ଶ୍ରୀମତୀ ରୁକ୍ମିଣୀ ବେହେରା ଏ ସମସ୍ତ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ