ବିଶ୍ୱପରିବେଶ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
କୋଦଳା, (ଗୁଲସନ କୁମାର କର) :-ପରିବେଶ ସୁରକ୍ଷା ନିମନ୍ତେ ବୃକ୍ଷ ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଟେ।ଆଜି ପରିବେଶ କୁ ସରସ ସୁନ୍ଦର କରିବା ନିମନ୍ତେ କୋଦଳା ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା । ପରିବେଶ ସୁରକ୍ଷା ଜିବନରଖ୍ୟା ଏହି ସ୍ଲୋଗାନ କୁ ପ୍ରଥେୟ କରି ଆଜି କୋଦଳା ଅଧ୍ୟକ୍ଷ ବୃକ୍ଷ ରୋପଣ କରିବା ସହିତ କୋଦଳା କୁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ କୋଦଳା କୁ ସବୁଜ ସୁନ୍ଦର କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ତତ୍ସହିତ କୋଦଳା ଏନେସି ର ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ମାନଙ୍କୁ ମଧ୍ୟ ମାଗଣା ରେ ଚାରା ବଣ୍ଟନ କରିଥଲେ । ଉକ୍ତ କାର୍ଯ୍ୟକ୍ରମ ରେ କୋଦଳା ଅଧ୍ୟକ୍ଷ , କାଉଁସିଲର , ଏସହେଚଜି ଗ୍ରୁପ୍ ସଦସ୍ୟ , କୋଦଳା ଏନେସି ର କର୍ମଚାରୀ , ସମାଜସେବୀ , ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ , ଶିକ୍ଷକ ବୃନ୍ଦ ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।


