ଝଡର ଈଗଲକୁ ଝୁରୁଛି ରାଇରଙ୍ଗପୁର
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଝଡର ଇଗଲ, ମହାନ ଜନନାୟକ, ସ୍ବାଧୀନତା ସଂଗ୍ରାମୀ,ଯୁବ ମାନସରେ ଆଇକନ, ଓଡ଼ିଶାର ସୁଯୋଗ୍ୟ ସନ୍ତାନ, ଦୂରଦ୍ରଷ୍ଟା,ମହାନ ଉତ୍କଳୀୟ,ନବ ଓଡ଼ିଶାର ନିର୍ମାତା, ସ୍ବାଭିମାନ ପୁରୁଷ,ଦୁଃସାହାସୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ଦିବସ ।ଏହି ମହାନ ଜନନାୟକଙ୍କ ଉଦ୍ଦେଶ୍ୟରେ ବିଜେଡ଼ି ତରଫରୁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଶ୍ରାଦ୍ଧ ଦିବସ ସ୍ଥାନୀୟ ପୂର୍ଣଚନ୍ଦ୍ର ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଦଳୀୟ ନେତୃବୃନ୍ଦ ଏବଂ କର୍ମିବୃନ୍ଦ ସ୍ଥାନୀୟ ବିଜୁପଟ୍ଟନାୟକ ଛକରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ପରେ ରାଜ୍ୟ ବିଜେଡ଼ି ନିର୍ଦ୍ଦେଶକ୍ରମେ ପୂର୍ଣଚନ୍ଦ୍ର ଭବନ ପରିସରରେ ଏକ ସ୍ମୃତି ଚାରଣ ଓ ରକ୍ତ ଦାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ମୃତି ଚାରଣ ସଭାରେ ଅତିଥିଗଣ ବିଜୁପଟ୍ଟନାୟକ ଙ୍କ ସମୟରେ ସୁଲାଇପାଟ ଖଡଖାଈ ନଦୀବନ୍ଧ ନିର୍ମାଣ ହୋଇଥିଲା ଯାହାକି ଶସ୍ୟ ଶ୍ୟାମଳା କରିଛି ବାମନଘାଟୀ ଉପଖଣ୍ଡର କିଛି ଅଂଶ । ୬୧ ଜଣ ରକ୍ତଦାତା ରକ୍ତଦାନ କରି ନିଜକୁ ଧନ୍ୟ ମଣିଥିଲେ । କାର୍ୟ୍ୟକ୍ରମରେ ସଦର ବିଜେଡ଼ି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ,ପୌର ଉପାଧ୍ୟକ୍ଷା ମମିତା ଚୌଧୁରୀ, ବିଜେଡ଼ି କାଉନସିଲର ବୃନ୍ଦ, ବରିଷ୍ଠ ବିଜେଡ଼ି ନେତା ପାର୍ଥସାରଥୀ କବି, ରତିକାନ୍ତ ପରୀକ୍ଷା, ପଙ୍କଜ ଦାସ, ଗୌରୀ ଦତ୍ତ, ପ୍ରଭାତ ପଟନାୟକ,ଜଲେନ ନାଏକ, ସ୍ବରୂପ ବେହେରା, ଜିଲ୍ଲା ପରିଷଦ ସଦସ୍ୟ ପରେଶ୍ ମୁର୍ମୁ, ରାଜ୍ୟଯୁବ ବିଜେଡ଼ି ଯୁଗ୍ମ ସଂପାଦକ ଗଣେଶ ମିଶ୍ର,ଯୁବ ସଂଗଠକ ଗୁରୁ ମହାନ୍ତ, ରାଜ୍ୟ ଛାତ୍ର ବିଜେଡ଼ି ସଂପାଦକ ବିକାଶ ମହାନ୍ତ, ସଦର ଯୁବ ସଂପାଦକ ଆହ୍ବାନ ପଟ୍ଟନାୟକ,ନଗର ଛାତ୍ର ସଭାପତି ସୌମିକ ଦାସକାନୁନଗୋ ଙ୍କ ସମେତ ବହୁ ପଦଧୀକାରୀ ଓ କର୍ମୀ ବୃନ୍ଦ ସାମିଲ ହୋଇଥିଲେ ।


