ଭଞ୍ଜନଗର ବ୍ଳକର ପୂର୍ବତନ ସି.ଆର୍.ସି.ସି ମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍‌):ବୁଧବାର ଦିନ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସ୍ଥିତ ବନବିହାର ପରିସରରେ ଭଞ୍ଜନଗର ବ୍ଳକରେ କ।ର୍ଯ୍ୟରତଥିବ। ପୂର୍ବତନ ନଅ ଜଣ ସି.ଆର୍.ସି.ସି ମାନଙ୍କୁ ସି.ଆର୍.ସି.ସି ସଂଘ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କ।ର୍ଯ୍ୟ।ଳୟ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।  ଆୟୋଜିତ ସଭାରେ ବି.ଇ.ଓ ଶ୍ରୀ ଏସ୍.ଧନଞ୍ଜୟ ସଭାପତିତ୍ବ କରିବା ସହ ପୂର୍ବତନ ସି.ଆର୍.ସି.ସି ଗଙ୍ଗାଧର ରାଓ,ପ୍ରଦୀପ ସାସମଲ,ସୁନିଲ ବେହେରା,ସୁରଥ ମିଶ୍ର,ମନୋଜ ପାତ୍ର, ସଞ୍ଜୟ କୋଠିଆ,ଜୋତ୍ସ୍ନା ଦେବୀ,ରବିନ୍ଦ୍ର ଗୌଡ,ଅରୁଣ ନାୟକ ପ୍ରମୁଖଙ୍କ କାର‌୍ୟ୍ୟ ଦକ୍ଷତାର ପ୍ରଶଂସା କରିବା ସହ ଏହି ଉଦ୍ୟମ ଆଗାମୀ ସମୟରେ ନିଜ ନିଜ ବିଦ୍ୟାଳୟରେ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ଏ.ବି.ଇ .ଓ ଭାସ୍କର ଲେଙ୍କା, ସୂର‌୍ୟ୍ୟ ନାୟକ,ତଥା ବି.ଆର୍.ସି.ସି ଓ ଏବିଇଓ ଶ୍ରୀ ହୃଷିକେଶ ସ୍ବାଇଁ ପ୍ରମୁଖ ମଞ୍ଚାସୀନ ରହି ସମସ୍ତଙ୍କ ସହ ନିଜର ମିଠା ମିଠା ସ୍ମୃତି ବାଣ୍ଟିଥିଲେ । ଏହି ଅବସରରେ ନୂତନ ରୂପେ କାର‌୍ୟ୍ୟରତ ନଅ ଜଣ ନୂତନ ସି.ଆର୍.ସି.ସି ଆଦିକନ୍ଦ ଗୌଡ,ତ୍ରିନାଥ ବେହେରା,ମୋହନ ସାହୁ,ରାଘବ ନାୟକ,ସନ୍ତୋଷ ସାହୁ,ସନ୍ତୋଷ ଗୌଡ,ଭାସ୍କର ନାୟକ,ନିରଞ୍ଜନ ଦିଗାଲ,ଦେବୀ ପ୍ରସାଦ ଦାସ ପ୍ରମୁଖଙ୍କୁ ମଧ୍ୟ ଅଫିସ ତରଫରୁ ବି.ଇ.ଓ ଆନୁଷ୍ଠାନିକ ଭାବେ ସ୍ବାଗତ କରିଥିଲେ ଓ ନିଜ ନିଜ ଦକ୍ଷତା ର ପରିପ୍ରକାଶ କରି ସମସ୍ତଙ୍କ ସହ ସହଯୋଗଭିତ୍ତିରେ କ।ର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ସି.ଆର୍.ସି.ସି ସଂଘ ର ସଭାପତି ଶ୍ରୀ ଭଗବାନ ଭୂୟାଁ କ।ର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ସଂପାଦକ ନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନୋଜ ଗୌଡ,ସୁନିଲ ପାଣି,ସନ୍ତୋଷ କୁମାର ସାହୁ,ମନୋଜ ପାଳ,ବୃନ୍ଦାବନ ସେଠୀ ପ୍ରମୁଖଙ୍କ ସମେତ ବି.ଇ.ଓ ଅଫିସ୍ ର ସମସ୍ତ ଷ୍ଟାଫ ଉପସ୍ଥିତ ରହି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ