ଦୁର୍ଘଟଣାରେ ବୃଦ୍ଧ ଗୁରୁତର; ଯୋଗାଯୋଗ ହୋଇ ପାରୁନି ୧୦୮ ଆମ୍ବୁଲାନ୍ସ୍ ସହ
ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ରାତି ଦଶ ଘଣ୍ଟ ସମୟରେ ଏକ ଟ୍ରକ୍ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଭାବେ ଆହତ ହୋଇ ବେଲଗୁଣ୍ଠା ସ୍ଵାସ୍ଥ୍ୟ୍ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି | ସୂଚନା ଅନୁସାରେ ବାଲିପଦର ପଟୁ ଆସୁଥିବା ଏକ ଚଉଦ ଚକିଆ ଟ୍ରକ୍ ବେଲଗୁଣ୍ଠାରୁ ଜଗନ୍ନାଥ ପ୍ରସାଦ ଯାଇଥିବା ରାସ୍ତାରେ ବୁଲାଣି ବେଳେ ସେଠାରେ ଛିଡା ହୋଇଥିବା ଜିରୋଳି ଗ୍ରାମର ଦେବରାଜ ଗୌଡ (୪୦)ଙ୍କୁ ଧକ୍କା ଦେଇଥିଲା | ଟ୍ରକ୍ ଧକ୍କାରେ ବୃଦ୍ଧ ଜଣଙ୍କ ତଳେ ପଡ଼ିଯିବା ଫଳରେ ଟ୍ରକ୍ ର ଲୁହା ଅଂଶ ବାଜି ବୃଦ୍ଧଙ୍କର ଗୋଇଠିରେ ଗଭୀର ଆଘାତ ଲାଗିଥିଲା | ଶିବରାମ ଚୌଧୂରୀ ନାମକ ଜଣେ ଗଣମାଧ୍ୟମ ପ୍ରତିନିଧି ବୃଦ୍ଧଙ୍କୁ ଦେଖି ସ୍ଥାନୀୟ ଲୋକଙ୍କ ସହୟତାରେ ବୃଦ୍ଧଙ୍କୁ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ କିନ୍ତୁ ଜନୈକ ଡ଼ାକ୍ତର ବୃଦ୍ଧଙ୍କର ଗୁରୁତର ଅବସ୍ଥା ଦେଖି ତାଙ୍କୁ ଭଞ୍ଜନଗର ମେଡିକାଲକୁ ନେବାପାଇଁ ପରାମର୍ଶ ଦେବା ସହ ପ୍ରାଥମିକ ଚିକିତ୍ସା କରିବାକୁ ମଧ୍ୟ ମନା କରିଦେଇଥିଲେ | କିନ୍ତୁ ଗଣମାଧ୍ୟମ ପ୍ରତିନିଧି ଶ୍ରୀ ଚୌଧୁରୀଙ୍କ ଅନୁରୋଧ କ୍ରମେ ସେ ବୃଦ୍ଧଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ ମଧ୍ୟ ବୃଦ୍ଧଙ୍କ ଗୋଇଠିରୁ ରକ୍ତ ସ୍ରାବ ବନ୍ଦ ହୋଇ ନଥିଲା | ବୃଦ୍ଧଙ୍କୁ ଭଞ୍ଜନଗର ମେଡିକାଲକୁ ନେବା ପାଇଁ ଶ୍ରୀ ଚୌଧୁରୀ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ୧୦୮ ସହ କୌଣସି ପ୍ରକାର ଯୋଗାଯୋଗ ହୋଇପାରିନଥିଲା | ତେଣୁ ବାଧ୍ୟ ହୋଇ ବୃଦ୍ଧ ଜଣଙ୍କୁ ଗୁରୁତର ଅବସ୍ଥାରେ ଏକ ଅଟୋ ସାହଯ୍ୟରେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଭଞ୍ଜନଗର ମେଡିକାଲକୁ ସ୍ଥାନାନ୍ତର କରଯାଇଛି | ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରାକଶ ସାହୁ ଟ୍ରକ୍ ଡ୍ରାଇଭରକୁ ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି |


