ଟନେଲ କ୍ୟାମ୍ପ ପଂଚାୟତ ର ଶତାଧିକ କଂଗ୍ରେସ କର୍ମୀ ବିଜେଡ଼ି ରେ ଯୋଗ ଦେଲେ
ଚିତ୍ରକୋଣ୍ଡା, (ବିମଳ କିଶୋରେ ମିଶ୍ର):ଆଜି ଟନେଲ କ୍ୟାମ୍ପ ପଂଚାୟତ ର ଶତାଧିକ କଂଗ୍ରେସ କର୍ମୀ ମଦନଖସଲା ଏମପି ପ୍ରତିନିଧି ଙ୍କ ନେତୃତ୍ବ ରେ ସରପଞ୍ଚ ସହ ବିଜେଡ଼ି ରେ ଯୋଗ ଦେଲେ । ମୁଖ୍ୟମନ୍ତ୍ରୀ ଙ୍କ ବିକାଶ କାର୍ଯ୍ୟ ରେ ମନମୁଗ୍ଧ ହୋଇ ମିସିଥିବା ପଂଚାୟତ ଲୋକେ କହି ଛନ୍ତି।ସରକାର ଙ୍କ ବିଭିନ୍ନ ଯୋଜନା ଯେପରି ୫ ଟି ସ୍କୁଲ ,ପ୍ରତ୍ୟେକ ଗ୍ରାମ କୁ ରାସ୍ତା ,ପାଣିର ସୁବିଧା ମେଡିକାଲ ର ସୁବିଧା ମମତାର ଯୋଜନା ,ମୃତ୍ୟୁ ପରେ ହାରିଶ୍ଚନ୍ଦ୍ର ଯୋଜନା ପ୍ରଭୃତି ରେ ମନମୁଗ୍ଧ ହୋଇ ବିଜେଡି ରେ ଯୋଗ ଦେଇଥିବା କଥା କହିଛନ୍ତି।ପଂଚାୟତ ବାସି। ଏହି ମିଶ୍ରଣ ପର୍ବରେ ଜିଲ୍ଲା ରୁ ବିଜେଡ଼ି ଜେନେରାଲ ସେକ୍ରେଟାରୀ ଗୋପାଳ ପଣ୍ଡା, ପର୍ଯ୍ୟବ୍ୟକ୍ଷକ ସମୁଏଲ ନାୟକ,ଜିଲ୍ଲା ପରିଷଦ ଚାୟାରମ୍ୟାନ ସମାରି ଟାଂଗୁଳୁ,ଚିତ୍ରକୋଣ୍ଡା ଚାୟାରମ୍ୟାନ ରାଜେଶ୍ୱରୀ ଖିଲ, ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ର ପର୍ଯ୍ୟବ୍ୟକ୍ଷକ ବିନୋଦ ବିହାରୀ ସାମନ୍ତରାୟ, ଯୁବ ସଭାପତି ରାଜକମଲ ପୁରୋହିତ, objorbhar ବିଜିତସିଂ,ସୋମନାଥ ବରସେ, ଶିବଖରା,ଦେବେନ୍ଦ୍ର ଦାସ,ଚିତ୍ରକୋଣ୍ଡା ୧ ନ ଜୋନ ର ବଳିଆ ମାଝୀ ,୨ ନ ଜୋନର ଉଦୟ ମଦରି,ବାଲିମେଳା ମଙ୍ଗଳା ପାଙ୍ଗି, ସମସ୍ତେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ସହ ଜୟ ନବୀନ ର ନାରା ଦେଇଥିଲେ।


