ଟାଙ୍ଗରତଳୀ ଗ୍ରାମର ଯୁବକ ମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ

ଘଟଗାଁ()କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ବାଲିପୋଖରୀ ପଂଚାୟତର ଉଭୟ ଟାଙ୍ଗରତଳୀ ଏବଂ ହାତୀନୋଟା ଗ୍ରାମର ପାତ୍ର ସାହି ପିଲା ମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ତେବେ ସାରା ଭାରତ ବର୍ଷ ଗତକାଲି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଦିବସ ଅବସରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରୁଥିବା ବେଳେ ଘଟଗାଁ ବ୍ଲକ୍ ଅନ୍ତର୍ଗତ ଟାଙ୍ଗରତଳୀ ଏବଂ ହାତିନୋଟା ଗ୍ରାମର ପାତ୍ର ସାହି ଯୁବକ ମାନେ ଗାନ୍ଧି ଜୟନ୍ତି ଅବସରରେ ଗାଁ ରାସ୍ତା, ଡ୍ରେନ୍ କୁ ସଫା କରିଥିଲେ । ତା ସହିତ ଗାଁର ପ୍ରତ୍ୟେକ ଘରକୁ ଯାଇ ଲୋକମାନଙ୍କୁ ଆଜି ଠାରୁ ଗାଁକୁ କିଭଳି ଭାବେ ସଫାସୁତରା ରଖିବା, ସମସ୍ତେ ପାଇଖାନା ବ୍ୟବହାର କରିବା, ଗାଁକୁ ପ୍ଲାଷ୍ଟିକ୍ ମୁକ୍ତ କରାଇବା, ପ୍ଲାଷ୍ଟିକ୍ ଦ୍ୱାରା ଲୋକମାନଙ୍କର କଣ କଣ କ୍ଷତି ହୋଇଥାଏ ଏ ସମ୍ପର୍କରେ ବୁଝାଇ ସଚେତନ କରାଇଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ସଫେଇ କାର୍ଯ୍ୟକ୍ରମ ପାଇଁ ଟାଙ୍ଗରତଳୀ ଗ୍ରାମର ଜଣେ ଯୁବ ଶିକ୍ଷକ ବୁନୁ ପାତ୍ରଙ୍କ ଦୃଢ ଇଚ୍ଛାଶକ୍ତି ବଳରେ ଗତ ମଙ୍ଗଳବାର ଉଭୟ ଟାଙ୍କରତଳୀ ଏବଂ ହାତିନୋଟା ଗ୍ରାମର ସମସ୍ତ ପାତ୍ରସାହି ପିଲାମାନଙ୍କୁ ନେଇ ଏହ ବୈଠନ ଅନୁଷ୍ଠିତ ହୋଇଥିଲା । ଗାନ୍ଧି ଜୟନ୍ତି ଅବସରରେ କିଭଳି ଭାବେ ଗାଁ ରାସ୍ତା, ଘାଟ, ଡ୍ରେନ୍ ଇତ୍ୟାଦିକୁ ସଫାସୁତରା କରାଯିବ ସେ ନେଇ ଆଲୋଚନା ହୋଇଥିଲା । ଏହି ସଫେଇ କାର୍ଯ୍ୟକ୍ରମରେ ଉଭୟ ଟାଙ୍ଗରତଳୀ ଏବଂ ହାତିନୋଟା ଗାଁର ଲମ୍ବୋଦର ପାତ୍ର, ବିଶ୍ୱାମିତ୍ର ପାତ୍ର, ଚନ୍ଦନ ପାତ୍ର, ରଞନ ପାତ୍ର, ରଞିତ ପାତ୍ର, ଦେବୁ ପାତ୍ର, କୁନୁ ପାତ୍ର, ବିଜୟ କୁମାର ପାତ୍ର, କୁସ ପାତ୍ର ପ୍ରମୁଖ ସହୃଦୟେ ସହଯୋଗ କରିଥିଲେ । ଏଭଳି କାର୍ଯ୍ୟକୁ ଦେଖି ଗ୍ରାମବାସୀ ନିଜ ଗ୍ରାମର ଯୁବକ ମାନଙ୍କ ପାଇଁ ଗର୍ବ କରିବା ସହିତ ପ୍ରସଂସା ମଧ୍ୟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ