ଟାଟାଷ୍ଟିଲ ପକ୍ଷରୁ ଖନନ ଭିତିକ ଆଲୋଚନା

ଯୋଡ଼ା , (ଯୁଗାଦ୍ଦ ନ୍ୟୁଜ) : କେନ୍ଦୁଝର ଜିଲା ଯୋଡା ଭ୍ୟାଲି କ୍ଲବଠାରେ ଟାଟା ଷ୍ଟିଲ ପକ୍ଷରୁ ଗୁରୁବାର ଦିନ ଖନନ କାର୍ଯ୍ୟରେ ଥିବା ପେସାଦାର ବ୍ୟକ୍ତିମାନଙ୍କୁ ଆନ୍ତର୍ଜାତୀୟ ସ୍ତରରେ ପ୍ରଯୁକ୍ତିର ପ୍ରଗତି ଓ ଦୀର୍ଘସ୍ଥାୟୀ ଖନନ ପାଇଁ ନୀତିଗତ ଢାଂଚା ସହ ଯୋଡ଼ି ରଖିବା ଲକ୍ଷ୍ୟରେ ଏକ ଆଲୋଚନା ଭିତିିକ ଅଧିବେସନର ଆୟୋଜନ ହୋଇଥିଲା । ଏହି ଅବସରରେ ଖଣି ସୁରକ୍ଷା ବିଭାଗର ପୂର୍ବତନ ଉପ ମହାନିର୍ଦ୍ଦେଶକ ଡଃ ଅଶିମ କୁମାର ସିହ୍ନାଙ୍କ ସହିତ ଖଣି ସୁରକ୍ଷା ବିଭାଗର ପୂର୍ବତନ ନିର୍ଦ୍ଦେଶକ ଶ୍ରୀ ଏସ୍ କେ ମଣ୍ଡଳ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଖନନ କାର୍ଯ୍ୟରେ ଥିବା ପେସାଦାରମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏହି ଅଧିବେସନରେ ଡଃ ସିହ୍ନା ଖନନର ବିଭିନ୍ନ ଦୃଷ୍ଟିକୋଣ ଯଥା ଆଇଏସ୍‌ଓ ୪୫୦୦୧, ଆନ୍ତର୍ଜାତୀୟ ମାନ୍ୟତା ଅନୁସାରେ ବୃତିଗତ ସ୍ୱାସ୍ଥ୍ୟ ଓ ସୁରକ୍ଷାର ଢାଂଚା, ଖଣିର ସୁରକ୍ଷା, ଦୀର୍ଘସ୍ଥାନୀୟ ଖନନ, ଗୋଷ୍ଠୀମାନଙ୍କୁ ନିୟୋଜିତ ରଖିବା, କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଉପରେ ମତ ପ୍ରକାଶ କରିଥିଲେ । ଟାଟା ଷ୍ଟିଲ ଓଏମ୍‌କ୍ୟୁ ବିଭାଗର ମହାପ୍ରବନ୍ଧକ ଶ୍ରୀ ଅତୁଲ ଭଟ୍ଟନାଗର, ଯୋଡ଼ା ଚିଫ୍ ଶ୍ରୀ ରାଜେଶ କୁମାର, ଖଣ୍ଡବନ୍ଧ ଚିଫ୍ ଶ୍ରୀ ଶିରିଶ ଶେଖରଙ୍କ ସହିତ ଡିଭିଜନ୍‌ର ବରିଷ୍ଠ ଅଧିକାରୀ ଓ ଯୋଡ଼ା ଏବଂ ନୂଆମୁଣ୍ଡିର ପ୍ରାୟ ୭୦ ଜଣ ଖନନ କାର୍ଯ୍ୟରେ ଥିବା ପେସାଦାର ବ୍ୟକ୍ତି ଉକ୍ତ ଅଧିବେସନରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ