୫୪ ବର୍ଷରେ ବଲିଉଡର ବାଦଶାହା
ସମସ୍ତଙ୍କ ହୃଦୟରେ ରାଜ କରୁଥିବା ବଲିଉଡ୍ର ବାଦଶାହା ଶାହାରୁଖ୍ ଖାନଙ୍କ ଆଜି ହେଉଛି ଜନ୍ମଦିନ। ନିଜର ୫୪ତମ ଜନ୍ମଦିନରେ ଶାହରୁଖ ତାଙ୍କ ଫ୍ୟାନ୍ସଙ୍କୁ ସରପ୍ରାଇଜ୍ ଦେବା ପାଇଁ ଏହି ଖାସ୍ ଦିନ ରାତିରେ ନିଜ ଘରର ବାଲକୋନିକୁ ଆସିଲେ ଏବଂ ହାତ ହଲାଇ ହାତ ଯୋଡି ଫ୍ୟାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ୧୯୯୨ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ‘ଦିଓ୍ଵାନା’ରୁ ଶାହରୁଖ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହି ଫିଲ୍ମ ପରେ ଶାହରୁଖ ଧିରେ ଧିରେ ସିନେମାଜଗତରେ ପାଦ ମଜବୁତ କରିନେଲେ। ଏହା ପରଠାରୁ ଶାହରୁଖ ପଛକୁ ଚାହିଁ ଦେଖିନାହାନ୍ତି। ତାଙ୍କୁ ଫିଲ୍ମ ଜଗଜରେ ୨୭ ବର୍ଷ ହୋଇଗଲାଣି ଆଉ ଏବେବି ସେ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ଅଭିନୟ ଯାଦୁରେ ସମସ୍ତଙ୍କୁ ମତୁଆଲା କରିଥିବା କିଙ୍ଗ୍ଖାନ୍ ନିଜ ଫିଲ୍ମ କ୍ୟାରିୟର ଭିତରେ ୯୦ରୁ ଅଧିକ ଫିଲ୍ମ ଏବଂ ୫୦ରୁ ଅଧିକ ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି। ୧୯୬୫ ମସିହା ନଭେମ୍ବର ୨ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଶାହରୁଖ୍ ଖାନ। କୁଛ୍ କୁଛ୍ ହୋତା ହୈ, ଦିଲ୍ୱାଲେ ଦୁଲ୍ହନିଆ ଲେ ଯାଏଙ୍ଗେ, ଦିଲ୍ତୋ ପାଗଲ ହୈ ଭଳି ବ୍ୟାକ୍-ଟୁ-ବ୍ୟାକ୍ ଲଭ୍ଷ୍ଟୋରୀ ଫିଲ୍ମ ଦେଇ ଫ୍ୟାନମାନଙ୍କ ହୃଦୟରେ ଘର ତୋଳିଥିଲେ। ଫିଲ୍ମରେ ଶାହାରୁଖu ରୋମାନ୍ସରେ ମତୁଆଲା ହେଉଥିଲେ ଦର୍ଶକ। ଫିଲ୍ମ ବାହାରେ ମଧ୍ୟ ଶାହାରୁଖ ପାଇଁ ଫିମେଲ୍ ଫ୍ୟାନମାନେ ଦିୱାନା ଥିଲେ।


