ଟାଟା ଏସି ଓଲଟି ୩୦ ଆହାତ

ମୋହନା,(ଯୁଗାବ୍ଦ ନ୍ୟୁଜ୍‌): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଠାକୁରାଣୀ ମନ୍ଦିର ନିକଟରେ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟା ସମୟରେ ଏକ ଘରୋଇ ଟାଟା ମେଜିକ୍ ଭେନ୍ ଓଲଟି ୩୦ ଜଣ ଆହାତ ହୋଇଛନ୍ତି । ଆହାତ ମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କରତବାଡି ପଂଚାୟତର ଲୁଡୁପଙ୍କା ଚର୍ଚ୍ଚ ନିର୍ମାଣ କାମ ସାରି ପିଣ୍ଡିକି ପଂଚାୟତ ଡାଳିଆମ୍ବ ଅଭିମୁଖେ ଆସୁଥିବା ବେଳେ ମୋହନା ଠାକୁୂରାଣୀ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଟାଟାମେଜିକ୍ ଭେନଟି ରାସ୍ତା କଡକୁ ଓଲଟି ପଡିଛି । ଘଟଣା ସ୍ଥଳରେ ପୋଲିସ ଓ ଅଂଚଳ ବାସୀ ସହାୟତାରେ ଆହାତ ମାନଙ୍କୁ ଉଦ୍ଧାର କରି ମୋହନା ସ୍ୱାସ୍ୟ୍ଥକେନ୍ଦ୍ରରେ ଭର୍ତ୍ତିକରାଯାଇଛି ।

ସେଠାରେ ୪ ଜଣଙ୍କର ଅବସ୍ଥା ଗୁରୁତର ରହିଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟ ପଟେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ