ଜିବା ହାଇସ୍କୁଲ ସମୀକ୍ଷା କଲେ ପିଡ଼ି : ଦ୍ୱିତୀୟ ପର୍ଯ୍ୟାୟରେ ସ୍ମାର୍ଟ ହେବ ୪ଟି ବିଦ୍ୟାଳୟ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ପ୍ରଥମ ପର୍ଯ୍ୟାୟ ୫-ଟି ଅନ୍ତର୍ଗତ ଗୁମ୍ମା ହାଇସ୍କୁଲ ରୂପାନ୍ତରିତ କାର୍ଯ୍ୟ ଶେଷ ହେବା ପରେ ଜିଲ୍ଲାର ସର୍ବଶ୍ରେଷ୍ଠ ବିଦ୍ୟାଳୟ ଭାବେ ପରିଚିତ ଗୁମ୍ମା ସରକାରୀ ବିଦ୍ୟାଳୟ । ଏହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୧ ନଭେମ୍ବର ମାସରେ ଲୋକାର୍ପଣ କରିଥିଲେ । ସୂଚନା ଅନୁସାରେ ୫-ଟି ମାଧ୍ୟମରେ ଗୁମ୍ମା ବ୍ଲକର ବାକି ୪ଟି ବିଦ୍ୟାଳୟ ଜିବା,ସେରଙ୍ଗ,ନାମନଗଡ଼ ଓ କୁଜାସିଂ ଦୂତୀୟ ପର୍ଯ୍ୟାୟରେ କାର୍ଯ୍ୟ ଜାରି ରହିଛି। ଏହି ବିଦ୍ୟାଳୟ କାର୍ଯ୍ୟର ସମୀକ୍ଷା କଲେ ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚୋରଣ ପାତ୍ର। ଏହାପରେ ଗୋଷ୍ଟି ଉନ୍ନୟନ ଅଧିକାରୀ ଅନୁପ ଅଭିଷେଖ ବେହେରାଙ୍କ ସହ ଆଲୋଚନା କରିଥିଲେ । ଏଥିରେ ଏଇଇ ଭାରତୀ ସିଂ, ଏଇ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ,କନିଷ୍ଠ ଯନ୍ତ୍ରୀ ରମେଶ ସାହୁ,ଉଦେୟ ଭାନୁ ମହାନ୍ତି ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ଏସଏମସି ସଭାପତି ମାନେ ଉପସ୍ଥିତ ଥିଲେ। ଜିବା ବିଦ୍ୟାଳୟରେ ସ୍ମାର୍ଟକ୍ଲାସ କାର୍ଯ୍ୟ ଏବେ ଜୋରସରେ ଚାଲିଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟର ସୋନ୍ଦର୍ଯ୍ୟକରଣ ଓ ରୂପରେଖ ପରିବର୍ତ୍ତନରେ ଆଗାମୀ ଦିନରେ ଏଠାକାର ଛାତ୍ରଛାତ୍ରୀ ସହର ମୁଁହା ହେବେ ନାହିଁ ବୋଲି କହିଛନ୍ତି ପିଡ଼ି । ପରେ ସମସ୍ତ ବିଭାଗ୍ୟ ଅଧିକାରୀଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ସହ ଯଥାଶୀଘ୍ର କାର୍ଯ୍ୟ ଶେଷ କରିବାକୁ ପରାମର୍ଶ ଦେଇଥିଲେ । ଏନେଇ ବିଡ଼ିଓ ଅନୁପ ଅଭିଷେଖ ବେହେରା କହିଛନ୍ତି ଯେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କିଛି ମାତ୍ରାରେ ବିଳମ୍ବିତ ହୋଇଥିଲା ଆସନ୍ତା ଏପ୍ରିଲ ମାସସୁଦ୍ଧା ସମସ୍ତ ବିଦ୍ୟାଳୟ କାର୍ଯ୍ୟ ଶେଷ ହେବା ସହ ଉଦଘାଟନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ