ଟ୍ରାକ୍ଟର ଧକ୍କାରେ ଜଣେ ଗୁରୁତର
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ଛେନାପଦି ହଦଗଡ ରାସ୍ତାର ବୈଦାଖିଆ ଛକ ନିକଟରେ ଏକ ଟ୍ରାକ୍ଟର ଧକ୍କାରେ ଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଆଜି ସନ୍ଧ୍ୟା ୬ଟାବେଳେ ଢ଼େଙ୍କାର ଜିତେନ୍ଦ୍ର ତିପ୍ରାଠୀ ନାମକ ଜଣେ ବ୍ୟକ୍ତି ଏକ ବାଇକ ଯୋଗେ ଛେନାପଦି ପଟୁ ନିଜ ଘରକୁ ଯାଉଥିବାବେଳେ ସମ୍ମୁଖରୁ ଆସୁଥିବା ପନ୍ଦାଡୋର ଏକ ଟ୍ରାକ୍ଟର ତାଙ୍କୁ ମୁହାଁମୁହଁ ଧକ୍କା ଦେଇଥିଲା । ଫଳରେ ଜିତେନ୍ଦ୍ର ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାରକରି ହାଟଡିହି ଦମକଳ ଯୋଗେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଟ୍ରାକ୍ଟର ଚାଳକ ଚତୁରତାର ସହ ଟ୍ରାକ୍ଟରକୁ ନେଇ ପଳାଇଥିଲେ ।


