ମୁକୁନ୍ଦ ଚରଣ ବିଦ୍ୟାମନ୍ଦିରରେ ବାର୍ଷିକ କ୍ରୀଡା
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକ ମୁକୁନ୍ଦ ଚରଣ ବିଦ୍ୟାମନ୍ଦିର ନନ୍ଦିପଦା ହାଟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ଧରି ଚାଲିଥିବା ଏହି ଉତ୍ସବକୁ ବିଦ୍ୟାମନ୍ଦିରର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନରେନ୍ଦ୍ର ପ୍ରସାଦ ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କ୍ରୀଡାକୁ ଶୃଙ୍ଖଳିତ କରିବାପାଇଁ ଛାତ୍ରଛାତ୍ରୀମାନେ ଶପଥପାଠ କରିଥିଲେ । ପିଲାମାନଙ୍କ ମଧ୍ୟରେ ଦୌଡ, ସଟଫୁଟ, ଡିସକସ, ଜାଭେଲିନି, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଗଣିତ ଦୌଡ ପ୍ରଭୃତି କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଛାତ୍ରମାନଙ୍କ ମଧ୍ୟରେ ରଜତ କୁମାର ଦାସ ଓ ଛାତ୍ରୀ ମାନଙ୍କ ମଧ୍ୟରୁ ପ୍ରୀୟଙ୍କା ପ୍ରୀୟଦର୍ଶନୀ ଜେନା ଚମ୍ପିୟନ ହୋଇଥିବାବେଳେ କ୍ରୀଡା ଶିକ୍ଷକ ଦେବାଶିଷ ବେହେରା ଖେଳ ପରିଚାଳନା କରିଥିଲେ । ଶିକ୍ଷକ ପାଣ୍ଡବ ସାହୁ, ଅନିରୁଦ୍ଧ ସେଠୀ, ସୌମ୍ୟାପ୍ରୀୟା ସ୍ୱାଇଁ, ମୋନାଲିସା ଜେନା, ଶର୍ମିଷ୍ଠା ମହାନ୍ତି, କର୍ମୁଚାରୀ ବନମାଳୀ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


