୨୧ବର୍ଷ ପରେ ଅଲଗା ହେଲେ ଅର୍ଜୁନ-ମେହେର

ବଲିଉଡ୍ ଅଭିନେତା ଅଜୁନ ରାମପାଲ ତାଙ୍କ ସ୍ତ୍ରୀ ମେହେର ଜେସିୟାଙ୍କଠାରୁ ଦୀର୍ଘ ୨୧ ବର୍ଷ ପରେ ବିଧିବଦ୍ଧ ଭାବେ ଅଲଗା ହୋଇଯାଇଥିବା ସୂଚନା ମିଳିଛି । ବାନ୍ଦ୍ରାର ଏକ ଫ୍ୟାମିଲି କୋର୍ଟରେ ଉଭୟଙ୍କ ଡିଭୋର୍ସକୁ ମଞ୍ଜୁରୀ ମିଳିଛି । ୨୧ ବର୍ଷ ଏକାଠି ରହିବା ପରେ ଉଭୟ ଅର୍ଜୁନ ଓ ମେହେର ୩୦ ଏପ୍ରିଲ ୨୦୧୯ରେ ଅଲଗା ହେବା ପାଇଁ ଆବେଦନ କରିଥିଲେ । ଆଉ ଏହାର ୬ ମାସ ପରେ ଉଭୟ ଆଇନ୍ ଅନୁଯାୟୀ ଅଲଗା ହୋଇଯାଇଛନ୍ତି । ତେବେ ଅର୍ଜୁନଙ୍କର ୨ ଝିଅ ମାହିକା ଓ ମାୟରା ସ୍ତ୍ରୀ ମେହେରଙ୍କ ପାଖେ ରହିବେ । ସୂଚନାଯୋଗ୍ୟ, ଅର୍ଜୁନ ୧୯୯୮ରେ ସୁପର ମଡେଲ ମେହେର ଜେସିୟାଙ୍କୁ ବିବାହ କରିଥିଲେ । ୨୦୧୧ ପରଠାରୁ ଉଭୟଙ୍କ ଭିତରେ କଳହ ଆରମ୍ଭ ହୋଇଯାଇଥିଲା । ୨୦୧୮ରେ ଏମାନେ ଅଲଗା ହେବେ ବୋଲି ଘୋଷଣା କରିଥିଲେ । ଆଉ ଏହାପରେ ଅର୍ଜୁନ ଅଲଗା ହୋଇ ରହୁଥିଲେ । ଅନ୍ୟପଟେ ଅର୍ଜୁନଙ୍କ ଗର୍ଲଫ୍ରେଣ୍ଡ ଗୈବ୍ରିଏଲା ଡେମେଟ୍ରିଏଡସ୍‌ଙ୍କର ପୁଅ ଅଛି ଯାହାର ଜନ୍ମ ଚଳିତ ବର୍ଷ ଜୁଲାଇ ୧୮ରେ ହୋଇଛି । ଏମାନଙ୍କ ଲଭ୍ ଷ୍ଟୋରୀ ୨୦୦୯ ଆଇପିଏଲ୍ ମ୍ୟାଚ ସମୟରୁ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ