ଡିଏଭି ପବ୍ଲିକ ସ୍କୁଲରେ ରିସିବୋଧ କାର୍ଯ୍ୟକ୍ରମ
ଛତ୍ରପୁର (ପ୍ରଶାନ୍ତ ମହାରଣା) : ମହାଶିବରାତ୍ରି ଉପଲକ୍ଷେ ଛତ୍ରପୁର ସହରର ଦେବିନଗର ନିକଟ ରେ ଥିବା ଡିଏଭି ପବ୍ଲିକ ସ୍କୁଲ ପରିସରରେ ଆଜି ରିସିବୋଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାନବ ସେବା ହିଁ ମାଧବ ସେବା । ଏହି ଦିନରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ପ୍ରକୃତ ଜ୍ଞାନ ପାଇଥିଲେ । ଏହାକୁ ମନେ ପକାଇବା ପାଇଁ ଆଜି ଡିଏଭି ସ୍କୁଲ ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟର ହିନ୍ଦି ଶିକ୍ଷକ ଡଃ. ଭବାନୀ ଶଙ୍କର ମିଶ୍ରଙ୍କ ପୌରାହିତ୍ୟରେ ଏକ ହବାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ରହ୍ମପୁର ରୁ ଏକ ହବାନ ପ୍ରତିନିଧି ମଣ୍ଡଳୀ ଆସି ଏହି ହବାନ୍ କାର୍ଯ୍ୟକ୍ରମ କରିଥିଲେ । ଏଥିରେ ବ୍ରହ୍ମପୁର ଡିଏଭି ସ୍କୁଲର ପ୍ରିନ୍ସପାଲ ଧାରାଶ୍ରୀ ପାଢି, ଛତ୍ରପୁର ଡିଏଭି ସ୍କୁଲର ମୁଖ୍ୟ ଦୁର୍ଗା ପ୍ରସାଦ ସାହୁ, ବିଦ୍ୟାଳୟ କମିଟିର ତଥା ଶଙ୍କର ଚକ୍ଷୁ ଚିକିତ୍ସାଳୟର ଉପଦେଷ୍ଟା ବି.ଶ୍ରୀନିବାସ ଓ ଜି.ସେସୁ ରେଡ୍ଡି. ବିଦ୍ୟାଳୟର ରିନାକ୍ଷୀ ପଟ୍ଟନାୟକ, ସୁରଚିତା ଦାସ, ଜୟଶ୍ରୀ ପଟ୍ଟନାୟକ, ତନୁଶ୍ରୀ ଦାସଙ୍କ ସମେତ ବିଦ୍ୟାଳୟ ର ବହୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ ।


