ବିଭିନ୍ନ ସ୍ଥାନରେ ମହାଶିବରାତ୍ରି ପାଳନ, ସାନିଟାଇଜିଂ ହୋଇ ମହାଦେବଙ୍କୁ ଦର୍ଶନ କଲେ ଭକ୍ତ

ଛତ୍ରପୁର (ପ୍ରଶାନ୍ତ ମହାରଣା) : ଆଜି ହେଉଛି ମହା ଶିବରାତ୍ରି । ଆଜିର ଦିନରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ ଜନ୍ମ ଜନ୍ମାନ୍ତର ପାପ ଦୂର ହୁଏ ବୋଲି ବିଶ୍ୱାସ ରହିଛି । ସକାଳୁ ସକାଳୁ ମହାଦେବଙ୍କ ଦର୍ଶନ କରି ଦିନସାରା ଉପବାସ ରହି ମଧ୍ୟରାତ୍ର ରେ ମହାଦୀପ ଦର୍ଶନ କରି ଜାଗର ପାଳନ କରିଲେ ଦେବ ଦେବ ମହାଦେବ ତାର ମାନସିକ ପୁର୍ଣ୍ଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ପୌରାଣିକ କିମ୍ବଦନ୍ତି ଅନୁଯାୟୀ ସମୁଦ୍ର ମନ୍ଥନରେ ବାହାରିଥିବା ହଳାହଳ ବିଷକୁ ଆଜି ମହାଦେବ ପାନ କରି ଶୋଇ ରହିଥିଲେ । ସମସ୍ତ ଦେବତା ମାନେ ମହାଦେବଙ୍କୁ ଜଗି ରହିଥିଲେ । ଏହି କିମ୍ବଦନ୍ତିକୁ ଆଧାର କରି ଲୋକେ ଆଜିର ଦିନରେ ଜାଗର ପାଳନ କରୁଥାନ୍ତି । ତେବେ ପ୍ରତିବର୍ଷ ଏହି ଶିବରାତ୍ର କୁ ଧୁମ୍ ଧାମ୍ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ କୋଭିଡ୍ କଟକଣା ମାନି ଶିବରାତ୍ର ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ମୁହଁ ରେ ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର କରିବା ଓ ସାମାଜିକ ଦୂରତା ରଖି ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛନ୍ତି । ଏଣୁ ଆଜି ଛତ୍ରପୁର ସହରର ବିଭିନ୍ନ ଶୈବ ପୀଠରେ ଆଜି କୋଭିଡ୍ ଗାଇଡଲାଇନ ଅନୁଯାୟୀ ଶିବରାତ୍ରୀ ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା । ସହରର ବିଭିନ୍ନ ଶୈବ ପୀଠ ଗୁଡିକରେ ପୋଲିସ ମୃତୟନ ରହି ମନ୍ଦିର ମାନଙ୍କରେ କୋଭିଡ୍ ଗାଇଡଲାଇନ୍ ପାଳନ କରାଯାଉଛି କି ନାହିଁ ତାହାର ଅନୁଧ୍ୟାନ କରିଛନ୍ତି । ଛତ୍ରପୁର ସହରରେ ଥିବା ବିରେଶ୍ୱର, ନିଳକଣ୍ଠେଶ୍ୱର, ପୁତିଗୋପାଳପୁର ସ୍ଥିତ ବିଶ୍ୱେଶ୍ୱର , ଛତ୍ରପୁର ଜଗନ୍ନାଥ ମନ୍ଦିର ପରିସରରେ ଥିବା କାଶି ବିଶ୍ୱନାଥ ମନ୍ଦିର, ରିକାପଲ୍ଲୀ ସ୍ଥିତ ଚନ୍ଦ୍ର ଶେଖର , ଆଗ୍ରାହରମ ସାହି ସ୍ଥିତ ଶ୍ରୀ ଶ୍ରୀ ଗୈାରୀଶଙ୍କର , ହରିଣେଶ୍ୱର, ଚମାଖଣ୍ଡି ଛକ ସ୍ଥିତ ମଲ୍ଲିକେଶ୍ୱର ମନ୍ଦିର ମାନଙ୍କରେ ମନ୍ଦିର କମିଟି ମାନଙ୍କ ଦ୍ୱାରା ମନ୍ଦିର ଗେଟ ସମ୍ମୁଖରେ ସାନିଟାଇଜର ରଖିବା ସହିତ ମାସ୍କ ପିନ୍ଧିବା ପାଇଁ ଭକ୍ତଙ୍କୁ ଅନୁରୋଧ କରାଯାଉଥିବା ଦେଖିବାକୁ ମିଳିଛି । ତେବେ ଗତ ବର୍ଷ କରୋନା ମହାମାରୀ ଯୋଗୁଁ କୌଣସି ଶୈବ ପୀଠରେ ଶିବରାତ୍ରି ପାଳନ କରାଯାଇନଥିବା ବେଳେ ଚଳିତ ବର୍ଷ କୋଭିଡ୍ କଟକଣା ଅନୁଯାୟୀ ଶିବରାତ୍ରି ପାଳନ ହେଉଥିବାରୁ ଭକ୍ତ ମାନେ ଖୁସି ପ୍ରକଟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ