ଡି ଏ ଫି ପବ୍ଲିକ ସ୍କୁଲ ତରଫରୁ ପଲିଥିନ ସଚେତନତା ଶୋଭାଯାତ୍ରା
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ବ୍ରହ୍ମପୁର ସହରରେ ଅବସ୍ଥିତ ସ୍ଥାନୀୟ ଡି.ଏ.ଭି ସ୍କୁଲ ପକ୍ଷରୁ ଶୁକ୍ରବାର ପଲିଥିନ ନିଷେଧ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ସ୍କୁଲର ବିଦ୍ୟାର୍ଥୀ ସମେତ ଶିକ୍ଷକ ଓ ଶିକ୍ଷୟତ୍ରୀ ଶୋଭାଯାତ୍ରାରେ ଉକ୍ରଳ ସିନେମା ହଲ ଠାରୁ ଶୋଭାଯାତ୍ରାରେ ବାହାରି ଦେଶୀ ବେହେରା ସାହି ପର୍ଯ୍ୟନ୍ତ ପରିକ୍ରମା କରି ସଚେତନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷା ଶ୍ରୀ ମତି ଧରାଶ୍ରୀ ପାଢୀ , ଉଦ୍ଘାଟନ କରିଥିଲେ । ଛାତ୍ରଛାତ୍ରୀ ମାନେ ବଡ ବଜାରରେ ନିଜ ହାତରେ କାଗଜରେ ପ୍ରସ୍ତୁତ କରିଥିବା ଠୁଙ୍ଗା ଗୁଡିକୁ ଦୋକାନରେ ବଣ୍ଟନ କରିବା ସହ ପଲିଥିନ ବ୍ୟବହାରର ଭୟବହତା ଓ ପରିବେଶ ପ୍ରତି ଓ ମନୁଷ୍ୟ ପ୍ରତି କୁପ୍ରଭାବ ର ପରିଣତି ବିସୟରେ ହାତରେ ପ୍ଲାକାର୍ଡ ଧରି ସ୍ଳୋଗାନ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇଥିଲେ ।ଏହି କାର୍ଯ୍ୟକ୍ରମକୁ ସମୀର ପାଢୀ,ଦିଲ୍ଳିପ ବେହେରା ,ଦୂର୍ଗା ପ୍ରସାଦ ସାହୁ ,କେଦାରନାଥ ମହାପାତ୍ର, ସ୍ୱପ୍ନାରାଣୀ ପାଣିଗ୍ରାହି,ରୀନାକ୍ଷୀ ପଟ୍ଟନାୟକ , ପ୍ରଭୁତି ଶିକ୍ଷକ ଓ ଶିକ୍ଷୟତ୍ରୀ ସଚେତନତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


