ଡୁଙ୍ଗୁରିଗୁଡା ଗ୍ରାମକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ଦାବୀରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ
କଳାହାଣ୍ଡି,(ଓ୍ବାଇଏନ୍ଏସ୍): ଗୋଲାମୁଣ୍ଡା ବ୍ଲକ ଡୁଙ୍ଗୁରିଗୁଡାକୁ ଗ୍ରାମବାସୀ ନିଜ ଗ୍ରାମକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ଦାବୀରେ ଗୋଲାମୁଣ୍ଡା କେଗାଁ ମହାଲିଙ୍ଗ ମୁଖ୍ୟ ରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗରୁ ଜଣାଯାଏ ଯେ ଗ୍ରାମରେ ୫ ଗୋଟି ନଳକୂପ ଥିବାବେଳେ ସମସ୍ତ ନଳକୂପରୁ ଫ୍ଲୋରାଇଡ଼ ପାଣି ବାହାରୁଛି ଫଳରେ ଗ୍ରାମର ଅନେକ ଲୋକ ରୋଗାଗ୍ରସ୍ତ । ଗ୍ରାମକୁ ସ୍ଥାନୀୟ ଉଦନ୍ତି ନଦୀରୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ଦାବୀରେ ବିଗତ ଦିନରେ ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଗ୍ରାମକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ହୋଇ ନପାରିବାରୁ ଆଜି ବାଧ୍ୟ ହୋଇ ରାସ୍ତା ଅବରୋଧ କଲୁ ବୋଲି ଗ୍ରାମବାସୀ କହିଛନ୍ତି । ଗାଁକୁ ଯେତେଦିନ ପର୍ଯ୍ୟନ୍ତ ସ୍ୱଚ୍ଛ ପାନୀୟ ଜଳ ନମିଳିଛି ସେତେ ଦିନ ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଉକ୍ତ ରାସ୍ତା ଅବରୋଧ ପରେ ରାସ୍ତାର ଉଭୟ ପାର୍ଶ୍ଵରେ ଅନେକ ସଂଖ୍ୟରେ ଯାନବାହନ ଅଟକି ରହିଛି ।


