ଚୌଦ୍ଵାର ରେ ମାଗଣା ଚଷମା ବଣ୍ଟନ

ଚୌଦ୍ଵାର,(ଦୀପକ୍ କୁମାର ବେଉରା): ଚୌଦ୍ଵାର ସତ୍ୟନାରାୟଣ ପାଲା ମଣ୍ଡପ ପରିସରରେ ଲିଗାଲ ଏଡ୍ ୱାର୍କରସ ଓ ସାଇ ନେତ୍ର ମନ୍ଦିର ଚକ୍ଷୁ ଚିକିତ୍ସାଳୟ ଚଣ୍ଡିଖୋଲ ମିଳିତ ଆନୁକୁଲ୍ୟରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଥିବା ୩୪ ଜଣ ଚକ୍ଷୁ ରୋଗୀ ମାନଙ୍କୁ ମାଗଣା ଚଷମା ବଣ୍ଟନ କରଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥଭାବେ ଚୌଦ୍ଵାର ପୌର ନିର୍ବାହୀ ଅଧିକାରୀ ପବିତ୍ର ମୋହନ ବେହେରା,ସମ୍ମାନିତ ଅତିଥି ଭାବେ ଇମ୍ଫାର ମାନବ ସମ୍ବଳ ବିଭାଗର ଉପ ସାଧାରଣ ପ୍ରଶାସକ ସାରଦା ପ୍ରସାଦ ରାଓ, କୈଳାଶ ଚନ୍ଦ୍ର ବରାଳ ଓ ପବିତ୍ର କୁମାର ସାହୁ ଯୋଗ ଦେଇଥିଲେ । ସାଇ ନେତ୍ର ମନ୍ଦିର ଚକ୍ଷୁ ଚିକିତ୍ସାଳୟ ର ଚକ୍ଷୁ ଡାକ୍ତର ସଂନ୍ଧ୍ୟା ସାଗରିକା ଦାସ ଓ ମେଡ଼ିକାଲ ଉନ୍ନୟନ ଅଧିକାରୀ ଜାହିର ଉଦିନ ସାହା ଙ୍କ ସହଯୋଗ ରେ ଚକ୍ଷୁ ପରୀକ୍ଷା କରାଯାଇ ମାଗଣାରେ ଚଷମା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ  ସଙ୍ଗଠନ ର ସଭାପତି ସୁଶାନ୍ତ କୁମାର ନାୟକ ସଂପାଦକ ମାନସ କୁମାର ସାହୁ, ରଞ୍ଜନ ବେହେରା, ରଞ୍ଜିତ ସାହୁ,ପରୀକ୍ଷିତ ଲେଙ୍କା,ରାଜେଶ ଓଝା,ପ୍ରକାଶ ନାୟକ ଧାନେଶ୍ୱ ସାହୁ ମମତା ନାୟକ ଓ ଜୟନ୍ତୀ ନାଥ, ଏ ଲକ୍ଷ୍ମୀ ରେଡ୍ଡୀ ସ୍ମୃତି ସୁଧା ବେହେରା ରଶ୍ମି ଦାସ ଓ ପୂର୍ଣ୍ଣିମା ନାଥ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ