ତପ୍ତପାଣି ଘାଟିରେ ଗଛକୁ ପିଟିଲା ଗ୍ୟାସ୍ ବୋଝେଇ ଟ୍ରକ୍
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ଗଞ୍ଜାମ-ଗଜପତି ସୀମାନ୍ତ ପାଟପୁର ଥାନା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଟି ଗୋବିନ୍ଦପୁର ପଞ୍ଚାୟତ ତପ୍ତପାଣି ଘାଟିରେ ସୋମବାର ଗଛକୁ ପିଟିଲା ଗ୍ୟାସ୍ ବୋଝେଇ ଟ୍ରକ । ଖବର ଅନୁଯାୟୀ , ସୋମବାର ସକାଳୁ ଗଜପତି ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଗ୍ୟାସ୍ ବୋଝେଇ ( ଓ ଡି ୦୨ ଏ ୱାଇ ) ଟ୍ରକଟିର ବ୍ରେକ୍ ଫେଲ୍ ହୋଇଯାଇଥିଲା । ତେଣୁ ଟ୍ରକଟି ଯାଇ ଗଛରେ ବାଡେଇ ହୋଇଛି । ଟ୍ରକଟି ଧକ୍କା ଦେବା ଫଳରେ ଡ୍ରାଇଭର ଟିକୁ ସାମାନ୍ୟ ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ଡ୍ରାଇଭର କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିବା ସୂଚନା ମିଳିଛି । ଖବର ପାଇ ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିବା ଜଣା ପଡ଼ିଛି l


