ତଫସିଲଭୁକ୍ତ ଜାତି ଓ ଉପଜାତି ଯୁବ ବର୍ଗମାନଙ୍କ ପାଇଁ ରୋଜଗାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ଭାରତ ସରକାରଙ୍କ ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାସନାଲ କ୍ୟାରିଅର ସର୍ଭିସ୍ ସେଣ୍ଟର, ଭୁବନେଶ୍ବର ସ୍ଥିତ କାର୍ଯ୍ୟାଳୟ ପକ୍ଷରୁ ତଫସିଲଭୁକ୍ତ ଜାତି ଓ ଉପଜାତିର ରୋଜଗାର ଆଶାୟୀ ପ୍ରାର୍ଥୀମାନଙ୍କୁ ବିଭିନ୍ନ ନିଯୁକ୍ତି ବୋର୍ଡ ଦ୍ଵାରା ଆୟୋଜିତ କିରାଣୀ ଏବଂ ଷ୍ଟେନୋଗ୍ରାଫର ପ୍ରତିଯୋଗିତା ପରୀକ୍ଷାରେ ସକ୍ଷମ କରାଇବା ନିମନ୍ତେ ଏବଂ ସେମାନଙ୍କର ‘ଓ’ ଲେବେଲ କମ୍ପ୍ୟୁଟର ପାଠ୍ୟକ୍ରମରେ ଯୋଗଦେବାକୁ ଚାହୁଁଥିବା ଛାତ୍ର ଛାତ୍ରୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ କିମ୍ବା ତଦୁର୍ଷ ଏବଂ ସେମାନଙ୍କ ବୟସ ୩୦ ଜୁନ୍ ୨୦୨୨ ସୁଦ୍ଧା ୧୮ ରୁ ୨୭ ବର୍ଷ ସ୍ଵତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନିମନ୍ତେ ଏବଂ ୩୦ ଜୁନ୍ ୨୦୨୨ ସୁଦ୍ଧା ୧୮ ରୁ ୩୦ ବର୍ଷ (କମ୍ପ୍ୟୁଟର ପ୍ରଶିକ୍ଷଣ ନିମନ୍ତେ) ହୋଇଥିବା ଆବଶ୍ୟକ । ଏହାଛଡା ପ୍ରାର୍ଥୀଙ୍କର ଏମ୍ପ୍ଲୋୟମେଣ୍ଟ ଏକ୍ସଚେଞ୍ଜ ରେଜିଷ୍ଟ୍ରସନ ନମ୍ବର, ଆଧାର ନମ୍ବର ସହିତ ଏକ ସଚଳ ବ୍ୟାଙ୍କ ଆକାଉଣ୍ଟ ରହିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ପରିବାରର ବାର୍ଷିକ ଆୟ ୩ ଲକ୍ଷରୁ ଅଧିକ ହୋଇନଥିବ । କମ୍ପ୍ୟୁଟର ପ୍ରଶିକ୍ଷଣ ନିମନ୍ତେ କାର୍ଯ୍ୟକ୍ରମରେ ଭାଗ ନେବାକୁ ଚାହୁଁଥିବା ପ୍ରାର୍ଥୀମାନେ ୩୦, ୫,୨୦୨୨ ରୁ ୨୪.୦୬.୨୦୨୨ ପର୍ଯ୍ୟନ୍ତ ଦେୟମୁକ୍ତ ଆବେଦନ ଫର୍ମ ରୁମ୍ ନମ୍ବର ୮୦୫, ବ୍ଳକ୍ ନମ୍ବର ୩/୨,ତୋଷାଳି ଭବନ, ସତ୍ୟନଗର, ଭୁବନେଶ୍ବର- ୭୫୧୦୦୭ (ଅନୁସୂଚିତ ଜାତି/ଜନଜାତି ସ୍ୱତନ୍ତ୍ର ନିୟୋଜନ କାର୍ଯ୍ୟାଳୟ ପଛପଟ), ଭୁବନେଶ୍ଵର-୭ ସ୍ଥିତ କାର୍ଯ୍ୟାଳୟରୁ ପ୍ରାପ୍ତ କରି ଆବେଦନ କରିପାରିବେ। ସମ୍ପୂର୍ଣ୍ଣଭାବେ ପୂରଣ କରାଯାଇଥିବା ଦରଖାସ୍ତ ଫର୍ମ ସହିତ ପ୍ରାର୍ଥୀମାନଙ୍କୁ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା, ମାର୍କସିଟ୍, ଜାତି ପ୍ରମାଣପତ୍ର ଏବଂ ଆଧାର କାର୍ଡ ତଥା ଏମ୍ପ୍ଲୋୟମେଣ୍ଟ ଏକ୍ସଚେଞ୍ଜ ରେଜିଷ୍ଟ୍ରସନ କାର୍ଡର ଫଟୋକପି ଏବଂ ଦୁଇଟି ପାସ୍ପୋର୍ଟ ସାଇଜ ଫଟୋ ସଂଲଗ୍ନ କରି ଆବେଦନ କରିବାକୁ ପଡିବ । ଦରଖାସ୍ତ ଦାଖଲର ଶେଷ ତାରିଖ ୨ ୪.୦୬.୨୦୨୨ ଧାର୍ଯ୍ୟ କରାଯାଇଛି । ଏକ ସାକ୍ଷାତକାର କମିଟି ଦ୍ଵାରା ମନୋନୀତ ହୋଇଥିବା ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣରେ ଯୋଗଦେବା ପରେ ମାସିକ ୧୦୦୦ ଟଙ୍କା ଛାତ୍ର ବୃଦ୍ଧି ଏବଂ ମୁକ୍ତ ପାଠ୍ୟଉପକରଣ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ସାକ୍ଷାତକାର କମିଟି ଦ୍ଵାରା ମନୋନୀତ ହୋଇଥିବା ଯୋଗ୍ୟ ବିବେଚିତ ପ୍ରାର୍ଥୀମାନେ ଯେ କୌଣସି ଗୋଟିଏ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନାମାଙ୍କନ କରିପାରିବେ । ଏହି ପ୍ରଶିକ୍ଷଣ ସମ୍ବନ୍ଧୀୟ ସବିବେଶ ବିବରଣୀ ପ୍ରାପ୍ତ କରିବା ନିମନ୍ତେ ଉପ-କ୍ଷେତ୍ରୀୟ ରୋଜଗାର ଅଧିକାରୀଙ୍କ ସହ ଟେଲିଫୋନ ତଥା ବ୍ୟକ୍ତିଗତ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଉଛି। ସାକ୍ଷାତକାର କାର୍ଯ୍ୟକ୍ରମରେ ଭାଗ ନେବାପାଇଁ ଯାତାୟତ ତଥା କୌଣସି ଦୈନିକ ଭଡା ଦେବାର ବ୍ୟବସ୍ଥା ନାହିଁ ।


