ତରତରା ସେବା ସମବାୟ ସମିତିରେ ଧାନ ମଣ୍ଡି ଖୋଲିଲା

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲ୍ଲା ତରତରା ସେବା ସମବାୟ ସମିତିରେ ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଆର.ଏମ.ସି ର ସମ୍ପାଦକ ଏକାଦଶୀ ଦାସ ନଡିଆ ଭାଙ୍ଗି ଧାନକ୍ରୟର ଶୁଭାରମ୍ଭ କରିଥିଲେ । ଏଥିରେ ସମବାୟ ସଭିତିର ସଭାପତି ସୁବାସ ଚନ୍ଦ୍ର ସାମଲ, ଉପ ସହକାରୀ ନିବନ୍ଧକ ବିଜୟ କୁମାର ହେମ୍ରମ, ସମିତିର ସମ୍ପାଦକ ରବିନ୍ଦ୍ର କୁମାର ଧଳ, ଡାଇରେକ୍ଟର ଚିନ୍ତାମଣୀ ସାହୁ, ପେଡି କମିଟିର ସଦସ୍ୟ ଦାମୋଦର ସାହୁ, ପ୍ରତାପ କୁମାର ରାଜ ପ୍ରମୁଖ ଉପସ୍ଥିତ ଥିଲେ । ତରତରା, କାଠକଟା ଓ କଣ୍ଟିପାଳ ପଞ୍ଚାୟତର ଚାଷୀମାନେ କିପରି ସୁବିଧାରେ ମଣ୍ଡିରେ ଧାନ ଦେଇ ପାରିବେ ସେନେଇ ଚାଷୀ ମାନଙ୍କ ସହ ଆଲୋଚନା କରାଯାଇଥିଲା । ଏଫକ୍ୟୁ ମାନର ଧାନ ଦେଇ ମଣ୍ଡିରୁ ଉପଯୁକ୍ତ ଦରରେ ପ୍ରାପ୍ୟ ନେବାକୁ ଅଧିକାରୀମାନେ ପରାମର୍ଶ ଦେଇଥିଲେ । ତରତରା ମଣ୍ଡିରେ ସୋମବାର, ବୁଧବାର ଓ ଶନିବାର ଦିନ ଧାନ କ୍ରୟ କରାଯିବାବେଳେ କଣ୍ଟିପାଳରେ ମଙ୍ଗଳବାର ଓ ଶୁକ୍ରବାର ଧାନ କିଣାଯିବା ସମ୍ପର୍କରେ ସମ୍ପାଦକ ଦସୁଚନା ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ୪୨ଜଣ ଚାଷୀଙ୍କ ଟୋକନ ଆସିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୯୮୮୭କୁଇଣ୍ଟାଲ ଧାନ କିଣାଯିବାକୁ ଲକ୍ଷଧାର୍ଯ୍ୟ ଦିଆଯାଇଛି । ଏହି ସମିତିରେ ୪୪୧ଜଣ ଚାଷୀ ନାମ ପଞ୍ଜିକରଣ କରିଥିବାବେଳେ ୨୮୩ଜଣ ଚାଷୀଙ୍କ ଭେରିଫାଏଡ ଲିଷ୍ଟ ଆସିଛି । ଆଜି ପ୍ରଥମ ଦିନରେ ଚାଷୀ ସ୍ୱଦେଶ ସାମଲ, ପ୍ରକାଶ ସାମଲ, ସନ୍ତୋଷ ସାମଲ, ମନ୍ଦରଧର ଜେନା, ବସନ୍ତ ଚିନରା ପ୍ରମୁଖ ଚାଷୀଙ୍କ ଠାରୁ ଧାନ କିଣାଯାଇଥିଲା । ସମିତିର କର୍ମଚାରୀ ମନୋଜ ସାମଲ, ବିଶ୍ୱନାଥ ବେହେରା, ସଞ୍ଜିବ ବାରିକ, କୁଳମଣି ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ