ତହସିଲଦାର ମାଗିଲେ ୨୫ହଜାର ଟଙ୍କା ଲାଞ୍ଚନିଜ ମଇଁଷିକୁ କାରରେ ବାନ୍ଧିଲେ ଚାଷୀ

ଭୋପାଲ: ପ୍ରତିଦିନ ଦେଶର କୋଣାନୁକୋଣରୁ ଭ୍ରଷ୍ଟାଚାରର ଅଭିଯୋଗ ସାମ୍ନାକୁ ଆସୁଛି । ଏହି କ୍ରମରେ ମଧ୍ୟପ୍ରଦେଶର ବିଦିଶାସ୍ଥିତ ସିରୋଜ ଅଞ୍ଚଳରୁ ଚକିତ କରିଦେବା ଭଳି ଏକ ଖବର ସାମ୍ନାକୁ ଆସିଛି । ଜଣେ ତହସିଲଦାର ଲାଞ୍ଚ ମାଗିବାରୁ ଗରିବ ଚାଷୀ ନିଜ ମଇଁଷିକୁ ଲାଞ୍ଚ ବାବଦରେ ଦେଇ ତାଙ୍କ କାରରେ ବାନ୍ଧି ଦେଇଛନ୍ତି । ଚାଷୀଙ୍କ ଏଭଳି ଅଭିନବ ପ୍ରୟାସ ଏବେ ସବୁଆଡ଼େ ଚର୍ଚ୍ଚାର ବିଷୟ ସାଜିଛି
ଘଟଣାଟି ଏପରି, ଗରିବ ଚାଷୀ ଭୂପତ ରଘୁବଂଶୀ ଗତ କିଛି ମାସ ହେବ ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ଚିନ୍ତିତ ଥିଲେ । ସେ ନିଜ ଜମିର ନାମ ଚିହ୍ନ କରିବାକୁ ଆବେଦନ କରିଥିଲେ ମଧ୍ୟ ବିନା ଲାଞ୍ଚରେ ତାଙ୍କ କାମ ହୋଇପାରୁ ନ ଥିଲା । ତହସିଲଦାର ୨୫ହଜାର ଲାଞ୍ଚ ମାଗିବାରୁ ଜମି ନାମ ଚିହ୍ନଟ କାମ ଅଟକି ରହିଥିଲା । ଶେଷରେ ଅର୍ଥାଭାବରୁ ଗରିବ ଚାଷୀ ଭୂପତ ନିଜ ମଇଁଷିକୁ ନେଇ ଲାଞ୍ଚ ବାବଦରେ ତହସିଲଦାର ସିଦ୍ଧାନ୍ତ ସିଙ୍ଗ୍ଲାଙ୍କ କାରରେ ବାନ୍ଧି ଦେଇଥିଲେ । ତେବେ ଏହି ଘଟଣାଟି ପ୍ରଘଟ ହେବା ପରେ ମଧ୍ୟପ୍ରଦେଶ ଭାଜପା ଉପାଧ୍ୟକ୍ଷ ବିଜେଶ ଲୁନାୱତ ପ୍ରଥମେ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟ୍ୟାଗ୍ କରିଦେଇଥିଲେ । ପରେ ପରେ ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଅନେକ ନିନ୍ଦା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ