ଚୀନରେ ଫ୍ଲପ୍ ହେଲା ଫିଲ୍ମ ୨.୦
ନୂଆଦିଲ୍ଲୀ: ଭାରତର ଦୁଇଟି ସବୁଠାରୁ ବ୍ଲକବଷ୍ଟର ଫିଲ୍ମ ବାହୁବଳୀ-୨ ଓ ୨.୦ ଚୀନରେ ସେମିତି କିଛି କମାଲ ଦେଖାଇପାରିନାହିଁ । ରଜନୀକାନ୍ତ ଓ ଅକ୍ଷୟ କୁମାର ଅଭିନୀତ ୨.୦ ଚୀନରେ ସେତେଟା ସଫଳତା ପାଇପାରିନାହିଁ । ଏହି ଫିଲ୍ମଟି ହିନ୍ଦୀ, ତାମିଲ ଓ ତେଲୁଗୁ ସଂସ୍କରଣରେ ଭଲ ବ୍ୟବସାୟ କରିଥିଲେ ବି ଚୀନ ଦର୍ଶକଙ୍କୁ ସେତେ ପ୍ରଭାବିତ କରିପାରିନାହିଁ । ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଓସ୍କାର ବିଜେତା ଏ.ଆର୍ ରହେମାନ୍ ଦେଇଥିବାବେଳେ ଫିଲ୍ମରେ ମୋବାଇଲ ଫୋନର ରେଡ଼ିଏସନ୍ରୁ ପକ୍ଷୀମାନଙ୍କୁ କେତେ ଅସୁବିଧା ହୋଇଥାଏ ସେ ବିଷୟରେ ଦେଖାଯାଇଥିଲା । ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲା । ତେବେ ସିନେ ସମୀକ୍ଷକଙ୍କ କହିବା ମୁତାବକ ଏହି ଫିଲ୍ମର କାହାଣୀକୁ ଚୀନ ଦର୍ଶକ ସେତେଟା ବୁଝିପାରିନାହାଁନ୍ତି । ଫିଲ୍ମ ୨.୦ରେ ଅଭିନେତା ଅକ୍ଷୟ କୁମାରଙ୍କ ଲୁକ୍ ପୂର୍ବ ସମସ୍ତ ଫିଲ୍ମର ଲୁକ୍ଠାରୁ ଭିନ୍ନ ରହିଥିଲା । ଏହାସହ ଫିଲ୍ମ ୨.୦ ଭାରତର ସବୁଠାରୁ ବଡ଼ ବଜେଟ ଫିଲ୍ମ ମଧ୍ୟରୁ ଗୋଟିଏ ହୋଇଥିବାବେଳେ ଭିଏଫ୍ଏକ୍ସ ପାଇଁ ୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।


