ତିର୍ତୋଲ ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ଦୀପଦାନ
ନାଉଗାଁ,(ଓ୍ୱାଇଏନ୍ଏସ୍):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ବିଜୁ ଛାତ୍ର ଜନତା ଦଳ ତରଫରୁ ନାଉଗାଁସ୍ଥିତ ସାଧୁଗୋସ୍ୱାମୀ ପୀଠରେ ପୂର୍ବତନ ମନ୍ତ୍ରୀ ତଥା ତିର୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ଦୀପଦାନ କରିଛନ୍ତି । ଯୁବନେତା ଆଲୋକ ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପୃଥିରାଜ ମହାନ୍ତି, ସୁଧୀର ଦାସ, ଦିବ୍ୟରଂଜନ ନାୟକ, ସରୋଜ ସାହୁ, ରଶ୍ମୀରଂଜନ ମହାନ୍ତି, ଜୀବନ ନାୟକ, ଅଭିଷେକ ମହାନ୍ତି, ସମାଜସେବୀ ପପିନ୍ଦ୍ର ଲେଙ୍କା, ସ୍ୱରାଜ ପରିଜା ପ୍ରମୁଖ ଉପସ୍ଥିତ ଥିଲେ ।


