ତିଳୋତ୍ତମାକୁ ମିଳୁନି ପକ୍କା ଘର

ବନ୍ତ, (ଚାନ୍ଦିନୀ ମହାନ୍ତି) :ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ମଙ୍ଗୁଲି ଗ୍ରାମର ତିଳୋତ୍ତମା ମଲ୍ଲିକଙ୍କୁ ପକ୍କା ଘର ମିଳୁ ନଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ତିଳୋତ୍ତମା ଜଣେ ଗରିବ ଶ୍ରେଣୀର ମହିଳା ହୋଇଥିବା ବେଳେ ଚାଳଛପର ଘରେ ବସବାସ କରୁଛନ୍ତି । ବର୍ଷା ପବନ ହେଲେ ସେ ପରଘରକୁ ଯାଇ ମୁଣ୍ଡ ଗୁଞ୍ଜିଥାନ୍ତି । ପକ୍କା ଘର ଖଣ୍ଡିଏ ପାଇବା ପାଇଁ ସେ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ବହୁବାର ଦୌଡି ଦୌଡି ନୟାନ୍ତ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ତାଙ୍କୁ ପକ୍କା ଘର ଯୋଗାଇ ଦିଆଯାଇନାହିଁ । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ