ଯୁବ ବିଜେଡି ସଭାପତି ହେଲେ ବିପିନ ନାୟକ
ବନ୍ତ, (ଚାନ୍ଦିନୀ ମହାନ୍ତି) :ବନ୍ତ ବ୍ଲକର ଯୁବ ନେତା ବିପିନ ନାୟକ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ଶୁକ୍ରବାର ଚାନ୍ଦବାଲି ବିଧାୟକ ତଥା ରାଜ୍ୟ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଶ୍ରୀ ନାୟକଙ୍କୁ ଏହି ପଦବୀରେ ନିଯୁକ୍ତ କରିଥିବା ସୂଚନା ମିଳିଛି । ଦୀର୍ଘ ବର୍ଷ ଧରି ଶ୍ରୀ ନାୟକ ବ୍ଲକ ବିଜେଡିରେ ଦକ୍ଷତାର ସହିତ କାର୍ଯ୍ୟ କରିବା ଏବଂ ଦଳୀୟ ସଂଗଠନକୁ ମଜବୁତ୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି । ରାଜ୍ୟ ବିଜେଡି ସଂପାଦକ ଇଂ.ପ୍ରୟାସକାନ୍ତି ସାମଲଙ୍କ ସୁପାରିଶ କ୍ରମେ ଶ୍ରୀ ନାୟକଙ୍କୁ ଏହି ଦାୟୀତ୍ୱ ପ୍ରଦାନ କରାଯାଇଥିବାରୁ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ରାଜ୍ୟ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ତାଙ୍କର ରାଜନୈତିକ ମାର୍ଗଦର୍ଶକ ତଥା ରାଜ୍ୟ ବିଜେଡି ସଂପାଦକ ଇଂ. ପ୍ରୟାସକାନ୍ତି ସାମଲଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପେକ୍ଷୀରେ ଦଳୀୟ ସଂଗଠନକୁ ସୁଦୃଢ କରିବା ସହିତ ବିଜେଡି ସମର୍ଥୀତ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବା ପାଇଁ ଆପ୍ରାଣ ଉଦ୍ୟମ କରିବେ ବୋଲି ସେ କହିଛନ୍ତି ।


