ଦକ୍ଷିଣ ଓଡ଼ିଶା ବିଶ୍ୱକର୍ମା ସମାଜ ଦଣ୍ଡପାଟ ବଂଶର ପୂର୍ବତନ ସଭାପତିଙ୍କ ମାତୃ ବିୟୋଗ
ଛତ୍ରପୁର,(ଦେବଦତ୍ତ ମହାରଣା): ଦକ୍ଷିଣ ଓଡ଼ିଶା ବିଶ୍ୱକର୍ମା ସମାଜ (ବଢ଼େଇ କୁଳ )ଦଣ୍ଡାପାଟ ବଂଶର ପୂର୍ବତନ ସଭାପତି ତଥା ଫୋଟ ସାମ୍ୱାଦିକ ଲୋକନାଥ ମହାରଣାଙ୍କ ମାଆ ରାଧା ମହାରଣାଙ୍କ ଆଜି ଦେହାନ୍ତ ହୋଇଛି । ସ୍ୱର୍ଗତ ରାଧା ମହାରଣାଙ୍କୁ ମୃତ୍ୟୁ ବେଳକୁ ୯୩ ବର୍ଷ ହୋଇଥିଲା | ସେ ଗତ ଏକ ସପ୍ତାହ ଧରି କଟକ ଠାରେ ଅସ୍ତ୍ରୋପଚାର ହୋଇ ଚାକିତ୍ସାଧିନ ହେଉଥିବା ବେଳେ ମୃତ୍ୟୁ ହୋଇଥିଲା । ଆଜି ଅପରାହ୍ନରେ ତାଙ୍କ ମୃତ ଶରୀର ଛତ୍ରପୁରସ୍ଥିତ ଗୋପବନ୍ଧୁ ନଗର ସାହିଠାରେ ଥିବା ନିଜ ବାସ ଭବନକୁ ଅଣାଯାଇଥିଲା । ବନ୍ଧୁ ବାନ୍ଧବ ଏବଂ ସାହି ବାସିନ୍ଦା ମାନେ ମୃତ ରାଧା ମହାରଣାଙ୍କ ଶେଷ ଦର୍ଶନ କରିବା ପରେ ଛତ୍ରପୁର ଶ୍ମସାନରେ ହିନ୍ଦୁ ରୀତି ନିତି ଅନୁଯାୟୀ ଶେଷକୃତ ସମ୍ପନ୍ନ କରାଯାଇଥିଲା । ମୃତ ରାଧାଙ୍କ ସାନ ପୁଅ ଲୋକନାଥ ମହାରଣା ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ତାଙ୍କର ତିନି ପୁଅ, ବୋହୁ , ଦୁଇ ଝିଅ , ତିନି ଜ୍ୱାଇଁ ଓ ପରିବାରବର୍ଗ ଉପସ୍ଥିତ ଥିଲେ । ଏହା ସହିତ ତାଙ୍କ ନାତି ତଥା ସାମ୍ୱାଦିକ ବସନ୍ତ କୁମାର ମହାରାଣା, ପ୍ରଶାନ୍ତ କୁମାର ମହାରଣା , ନାତୁଣୀ ବୋହୁ ମାନେ , ନାତୁଣି ଓ ପଣିନାତି ମାନେ ଉପସ୍ଥିତ ଥିଲେ । ସ୍ୱର୍ଗତ ରାଧା ମହାରଣା ପରୋପକାରୀ, ସରଳ ଓ ମିଷ୍ଟାଭାସୀ ଭାବେ ପରଚିତ ଥିଲେ । ତାଙ୍କର ମୃତ୍ୟୁ ପରେ ପରିବାରବର୍ଗ ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।


