ଦାଉ ସାଜୁଛି କାଳ ବୈଶାଖୀ, ବିଦ୍ୟୁତ ସେବା ବ୍ୟାହତ

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):ଗତ କିଛି ଦିନ ହେଲା ସନ୍ଧ୍ୟା ସମୟରେ କାଳ ବୈଶାଖୀର ତାଣ୍ଡଵ କାଶୀନଗର ତଥା ଏହାର ଆଖ ପାଖ ଅଞ୍ଚଳରେ ଦେଖିବାକୁ ମିଳୁଛି ଯାହା ଦ୍ୱାରା ପାରଳାଖେମୁଣ୍ଡି କାଶୀନଗର ରାସ୍ତାରେ ରାସ୍ତା ପାର୍ଶ୍ଵରେ ଥିବା ଗଛ ଗୁଡିକ ଭାଙ୍ଗି ପଡ଼ି କିଛି ସମୟ ପାଇଁ ରାସ୍ତା ଅବରୋଧ ହୋଇଥିବା ଦୃଷ୍ଟିକୁ ଆସିଛି. ଯାହା ଫଳରେ ଯାତାୟାତରେ ବାଧା ଉପୁଜି ଯାତ୍ରୀ ଓ ସାଧାରଣ ଲୋକେ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି . ଏତଦ ବ୍ୟତୀତ ଗତ କାଲି ହୋଇଥିବା କାଳ ବୈଶାଖୀ ପବନ ଦ୍ୱାରା ଗଛ ପଡି ବିଦ୍ୟୁତ ସରବାରହ ଦୀର୍ଘ ସମୟ ଯାଏଁ ବନ୍ଦ ଥିବାରୁ ପୁରା କାଶୀନଗର ସହର ଅନ୍ଧାରରେ ରହିଥିଲା. ଏହି ପରି ଚାରି ଦିନ ହେଲା ଦୀର୍ଘ ସମୟ ପର୍ଯ୍ୟନ୍ତ ଘନ ଘନ ବିଦ୍ୟୁତ କାଟ ହେବା ଯୋଙ୍ଗୁ ଅଫିସ କାମ ଓ ବ୍ୟାଙ୍କ ସେବା ଠପ ହୋଇ ଯାଉଥିବା ଯୋଙ୍ଗୁ କାଶୀନଗର ବାସିନ୍ଦା ଅତିଷ୍ଠ ହୋଇ ବିଜୁଳି ବିଭାଗର ବିଭାଗୀୟ ଅଧିକାରୀ ମାନଙ୍କୁ ଘେରାଉ କରିବାକୁ ସଜ ବାଜ ହେଉଥିବା ସୂଚନା ମିଳୁଛି. କାଶୀନଗର ବାସୀ ଠିକ ସମୟରେ ବିଦ୍ୟୁତ ବିଲ ପୈଠ କରି କାହିଁକି ଘନ ଘନ ବିଦ୍ୟୁତ କାଟ ସମସ୍ୟାର ସମ୍ମୁଖୀନ ହେବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ହେଉଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ