ଦାଦନ ଖଟିବାକୁ ଯାଇ ଜୀବନ ଗଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମେରପୁଲି ପଞ୍ଚାୟତର ତୁଆଗୁଡା ଗ୍ରାମର ନାୟକ ଦାଦନ ଖଟିବାକୁ ଆନ୍ଧ୍ର ପ୍ରଦେଶର କାକିନାଡ଼ ଯାଇଥିଲେ. ପରିବାର ପ୍ରତିପୋଷଣ ପାଇଁ ସେ ଯାଇଥିଲେ. ହେଲେ ସେଠାରେ କାମ କରିବା ସମୟରେ ସେ ଅଜଣା ରୋଗରେ ଆକ୍ରାନ୍ତ ହେବାରୁ ତାଙ୍କ ଭାଇ ମେଡିକାଲରେ ଭର୍ତ୍ତି କରିଥିଲେ. ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା. ପରିବାରଲୋକ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଆନ୍ଧ୍ରରୁ ଓଡିଶା ଶବ ଫେରେଇ ଆଣିବାକୁ ସକ୍ଷମ ନୁହଁନ୍ତି. ପରିବାର ଲୋକେ ଓ ଗ୍ରାମବାସୀ ଶବକୁ ଫେରେଇ ଆଣିବାକୁ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ