ଦାରିଙ୍ଗବାଡିରେ ନୂତନ ବିଡିଓଙ୍କ ଦାୟିତ୍ୱ ଗ୍ରହଣ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପଞ୍ଚାୟତ ସମିତିରେ ନୂତନ ବିଡିଓ ଭାବେ ଅଭିମନ୍ୟୁ ବେହେରା ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଟିକାବାଲି ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ। ଦାରିଙ୍ଗବାଡ଼ି ବିଡିଓ ଭାବେ ଡେପୁଟେଶନରେ ଆସିଥିବା ଡେପୁଟି କଲେକ୍ଟର ଡ.ଜଗଦୀଶ ଷଡ଼ଙ୍ଗୀ କିଛି ମାସ ହେଲା ଏଠାରେ ବିଡିଓ ଦାୟିତ୍ୱ ତୁଲାଉଥିଲେ। ସେ ପୁଣି ନିଜ ସ୍ଥାନକୁ ଫେରିଯାଇଛନ୍ତି। ନୂତନ ବିଡିଓଙ୍କୁ କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ ବୃନ୍ଦାବନ ବେହେରା, ଆକାଉଣ୍ଟାଣ୍ଟ କ୍ଷେତ୍ରୀବର ଜାନି, ଡେଭଲପ୍‌ମେଣ୍ଟ ସେକ୍ସନର ବିଭୂତି ଭୂଷଣ ସାହୁ, ବରିଷ୍ଠ କିରାଣି ସୁରଥ ସାହୁ, ଯନ୍ତ୍ରୀ ତୁଷାର ରଞ୍ଜନ ସେଠୀ, ଧୀରେନ୍‌ ସେଠୀ, ଜୀବନ ନାୟକ ପ୍ରମୁଖ ସ୍ବାଗତ କରିଥିଲେ। ଦାରିଙ୍ଗବାଡ଼ିର ୨୫ଟି ପଞ୍ଚାୟତ ଅଞ୍ଚଳର ବିକାଶ ସହ କୋଭିଡ୍‌ ମୁକାବିଲା ପ୍ରତି ଗୁରୁତ୍ୱ ଦେବେ ବୋଲି ବିଡିଓ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ