ତେଜରାତି ଦୋକାନକୁ ସିଲ କଲା ବ୍ଲକ ପ୍ରଶାସନ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ିର ଚାରିଛକ ଠାରେ କୋଭିଡ ନିୟମ ଉଲ୍ଲଂଘନ ହୋଇଛି। ଏନେଇ ଗୁରୁବାର ଏକ ତେଜରାତି ଦୋକାନକୁ ସ୍ଥାନୀୟ ମାଜିଷ୍ଟ୍ରେଟ ତଥା ତହସିଲଦାର ନିତିସ କୁମାର ତ୍ରିପାଠୀ ଅନିର୍ଦ୍ଦିଷ୍ଟକାଳ ପାଇଁ ସିଲ୍ କରିଦେଇଛନ୍ତି । ପରବର୍ତ୍ତୀ ସମୟରେ କନ୍ଧମାଳ ଜିଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ତ୍ରିପାଠୀ କହିଛନ୍ତି। ସୂଚନାଯୋଗ୍ୟ ଯେ, ଚାରିଛକର ବ୍ଲକ ରୋଡରେ ଉକ୍ତ ଦୋକାନରେ ସବୁବେଳେ ଭିଡ଼ ରହୁଥିବା ଅଭିଯୋଗ ହୋଇଆସୁଥିଲା । ସାମାଜିକ ଦୁରତ୍ୱକୁ ମାନୁ ନଥିବା ବେଳେ ଦୋକାନ ମଧ୍ୟାହ୍ନ ୧ ଟା ପରେ ଖୋଲା ରଖୁଥିଲେ। ଏ ନେଇ ଦେକାନ ସିଲ୍ କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି l


