ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ
କଳାହାଣ୍ଡି ,(ଯୁଗାବ୍ଦ ନ୍ୟୁଜ୍): ହଜିଗଲା ମାନବିକତା । ଥମିବାର ନାଁ ଧରୁନାହିଁ ଦୁଷ୍କର୍ମ । ପ୍ରତିଦିନ ଦୁଷ୍କର୍ମ ସହ ନିର୍ଯ୍ୟାତନାର ଶୀକାର ହେଉଛନ୍ତି ନାବାଳିକା ଠାରୁ ଆରମ୍ଭ କରି ଦେଶର ମହିଳା । ସଭ୍ୟ ସମାଜରେ ଦ୍ରୁତ ଗତିରେ ବଢିଚାଲିଛି ଦୁଷ୍କର୍ମ । ଦୁଷ୍କର୍ମ କାରୀ ମାନଙ୍କୁ ସାବାଡ କରିବା ସହ ସମାଜରୁ ମୁଳପୋଛ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ ଭାରତୀୟ ଆଇନ ବ୍ୟବସ୍ଥାରେ କଡା ନିୟମ କାନୁନ୍ ଜାରୀ କଲେ । ତଥାପି କାମରୁପୀ ଯୁବକ ଓ ବ୍ୟକ୍ତି ମାନଙ୍କର ଦୈାରାତ୍ମ୍ୟ କମିବାର ନା ଧରୁନାହିଁ । କେତେବେଳେ ନାବାଳିକା ଯୁବତୀ ମାନେ ଗଣ ଦୁଷ୍କର୍ମର ଶୀକାର ହେଉଛନ୍ତି ତ ଆଉ କେତେବେଳେ ଦିବ୍ୟାଙ୍ଗ ମାନେ ଓ କେତେ ବେଳେ ମହିଳା ମାନେ ଦୁଷ୍କର୍ମ ଓ ଗଣ ଦୁଷ୍କର୍ମର ଶୀକାର ହେଉଛନ୍ତି । ଦେଶରେ ଆଇନ କାନୁନ କଡା ରହିଥିଲେ ମଧ୍ୟ ଅପରାଧ ଧମିବାର ନାଁ ଧରୁନାହିଁ । ବର୍ତ୍ତମାନ ପୁଣୀ ଥରେ ଜଣେ ଦିବ୍ୟାଙ୍ଗ ଯୁବତୀ କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ସହରରେ ଦୁଷ୍ମର୍ମର ଶୀକାର ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ରାମପୁର ସହରର ମୁଖ୍ୟ ରାସ୍ତାରେ ଜନୈକ ଦିବ୍ୟାଙ୍କକୁ ପଡୋଶୀ ଘର ଯୁବକ ରାଜେଶ ନାୟକ ନିଜର ବାଇକରେ ବସାଇ ନିଛାଟିଆ ସ୍ଥାନକୁ ନେଇ ଜୋରଜବରଦସ୍ତି ଦୁଷ୍କର୍ମ କରିଥିଲା ।ଏଥିସହ କାହାକୁ କହିଲେ ଜୀବନରୁ ମାରିଦେବାକୁ ଯୁବକ ଜଣକ ଧମକ ଦେଇଥିଲା ଅଭିଯୁକ୍ତ । ଏହି ଖବର ପ୍ରଚାର ହେବା ପରେ ଅଂଚଳରେ ଚାଞ୍ଚ ଲ୍ୟ ଖେଳିଯାଇଛି । ଏଥିସହ ଯୁବତୀ ଜଣକ ନିଜର ପରିବାର ଲୋକଙ୍କୁ ଯୁବତୀ ଜଣକ ଜଣାଇବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଡାକ୍ତରୀ ମାଇନା ନିମନ୍ତେ ପଠାଯାଇଛି ।


