ହତ୍ୟା ଧମକ ମାମଲା ୫ ଜଣଙ୍କ ନାମରେ ମାମଲା ରୁଜୁ
ବନ୍ତ,(ଯୁଗାବ୍ଦନ୍ୟୁଜ) : ବନ୍ତ ଥାନା ଅଧିନ ବନ୍ତ ବଜାର ଠାରେ ଯାତ୍ରା ଟେଣ୍ଟ ପାଖରେ ଜଣେ ଦଳିତ ଯୁବକଙ୍କୁ ଜାତିଆଣ ଆକ୍ଷେପ କରାଯିବା ସହ ହତ୍ୟା ଧମକ ଦିଆଯିବା ଅଭିଯୋଗରେ ପୋଲିସ ୫ ଜଣଙ୍କ ନାମରେ କେସନଂ-୫/୨୦ ମୂଳେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି । ଅଭିଯୋଗରୁ ପ୍ରକାଶ ଯେ,ବନ୍ତ ଗ୍ରାମର ମଳୟ ଯେନା ଗତ ୧୧ ତାରିଖ ରାତିରେ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଯାତ୍ରା ଟେଣ୍ଟ ପାଖରେ କିଛି ବ୍ୟକ୍ତି ତାଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା ସହିତ ପାଖରେ ଥିବା ତାଙ୍କ ବାପା ହରିହର ଯେନାଙ୍କୁ ହତ୍ୟା ଉଦ୍ୟମ କରିଥିଲେ । ଏନେଇ ଉକ୍ତ ରାତିରେ ମଳୟ ଯେନା ଥାନାରେ ଅଭିଯୋଗ କରିଥିଲେ । ମାତ୍ର ପୋଲିସ ଉକ୍ତ ଦିନ ମାମଲା ରୁଜ୍ଜୁ କରିନଥିବା ବେଳେ ପରବର୍ତ୍ତୀ ସମୟରେ ଏକ ମାମଲା ରୁଜ୍ଜୁ କରିଛି । ଉକ୍ତ ଆକ୍ରମଣ ଘଟଣାରେ ବନ୍ତ ଅଞ୍ଚଳର ଜଣେ ପ୍ରଭାବଶାଳୀ ରାଜନେତାଙ୍କ ସଂପୃକ୍ତି ଥିବାରୁ ପୋଲିସ ଜାଣିଶୁଣି ସେମାନଙ୍କୁ ଗିରଫ କରୁନଥିବା ଅଭିଯୋଗକାରୀ କହିଛନ୍ତି । ଅପରକ୍ଷେ ଉକ୍ତ ଯାତ୍ରା ଟେଣ୍ଟ ପାଖରେ ଅନ୍ୟ ଏକ ଆକ୍ରମଣ ଘଟଣାରେ ସଂପୃକ୍ତ ରାଜନେତାଙ୍କ ନାମରେ ଥାନାରେ ମାମଲା ରୁଜ୍ଜୁ ହୋଇଥିଲା । ଦୁଇ ଦୁଇଟି ଆକ୍ରମଣ ଘଟଣାରେ ସଂପୃକ୍ତି ଥିବା ବ୍ୟକ୍ତିଙ୍କୁ ପୋଲିସ କାହିଁକି ଘଣ୍ଟ ଘୋଡାଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ହୋଇଛି ।


