ଦିଲ୍ଲୀରେ ଧରାପଡିଲେ ଆଇଏସ୍ ଆତଙ୍କବାଦୀ
ନୂଆଦିଲ୍ଲୀ- ଗୁରୁବାର ଦିଲ୍ଲୀ ପୋଲିସ ୩ ଜଣ ସନ୍ଦିଗ୍ଧ ଆଇଏସ୍ ଆତଙ୍କବାଦୀଙ୍କୁ ଗିରଫ କରିଛି । ବଜିରାବାଦ୍ ଅଞ୍ଚଳରୁ ସନ୍ଦିଗ୍ଧଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ଠାରୁ ଅନେକ ଅସ୍ତ୍ରଶସ୍ତ୍ର ଜବତ କରିଛି ଦିଲ୍ଲୀ ପୋଲିସ ର ସ୍ବତନ୍ତ୍ର ଟିମ୍ । ସନ୍ଦିଗ୍ଧ ମାନଙ୍କୁ ପଚରାଉଚରା କରୁଥୁବା ଜଣାପଡିଛି । ଏହାକୁ ନଜରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।


