ବର୍ଷା ଆଶଙ୍କାରେ ଚାଷୀକୂଳ: ଅମଳ ଧାନକୁ ସୁରକ୍ଷିତ ଚିନ୍ତା
ବନ୍ତ,(ଯୁଗାବ୍ଦନ୍ୟୁଜ) : ଗୁରବାର ସକାଳ ଠାରୁ ଆକାଶ ମେଘୁଆ ପାଗ ରହିବା ସହ ଅପରାହ୍ନ ଠାରୁ ବର୍ଷା ସମ୍ଭାବନା ଦେଖାଯାଇଛି । ଫଳରେ ବନ୍ତ ବ୍ଲକର ଚାଷକୂଳ ଭୟଭୀତ ହୋଇପଡିଛନ୍ତି । ଗତ ନଭେମ୍ବର ମାସରେ ବୁଲବୁଲ ବାତ୍ୟା ଧାନଫସଲକୁ ପ୍ରଭାବିତ କରିଥିବା ବେଳେ ଗତ ସପ୍ତାହରେ ଅଦିନିଆ ବର୍ଷା ଚାଷୀଙ୍କ ନିଦ ହଜାଇଦେଇଥିଲା । ଏଥିରେ ଚାଷୀଙ୍କର ପାଚିଲା ଓ ଅମଳ ଧାନ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଧାନ କଟା ବାଧାପ୍ରାପ୍ତ ହୋଇଥିଲା । ଏପରିସ୍ଥଳେ ବହୁ ଚାଷୀଙ୍କର ଧାନ କଟା ବାକି ଥିବା ବେଳେ ଗୁରବାର ଠାରୁ ବର୍ଷା ଆଶଙ୍କା ପ୍ରକାଶ ପାଇଛି । ବର୍ଷା ହେଲେ ଜମିରେ ପାଣି ଜମିବା ଆଶଙ୍କା ଥିବାରୁ ଧାନ ନଷ୍ଟ ହେବା ନେଇ ଚାଷୀ ମାନେ ଚିନ୍ତାବ୍ୟକ୍ତ କରିଛନ୍ତି । ସେହିପରି ବହୁ ଚାଷୀ ଧାନ ବିକ୍ରୟ ନେଇ ମଣ୍ଡିରେ ଧାନ ପକାଇଥିବା ବେଳେ ତାହା ବର୍ଷାରେ ଭିଜିବା ଆଶଙ୍କା ଦେଖାଯାଇଛି । ଏପରିସ୍ଥଳେ ମଣ୍ଡିରୁ ମିଲର ମାନେ ଧାର୍ଯ୍ୟ ଦିନରେ ଧାନ ଉଠାଉନଥିବାରୁ ଶହ ଶହ ଧାନ ବସ୍ତା ପଡି ରହିଛି । ଅପରପକ୍ଷେ ମଣ୍ଡିରେ ଚାଷୀ ମାନଙ୍କୁ ସୂଚାରୁରୂପେ ଟୋକନ ମିଳୁନାହିଁ । ମଣ୍ଡିରେ ଅବ୍ୟବସ୍ଥା ଯୋଗୁଁ ଚାଷୀ ମାନେ ଧାନ ବିକ୍ରୟ କରିବାରୁ ବଞ୍ôଚତ ହେଉଛନ୍ତି । ବିଭିନ୍ନ ମଣ୍ଡିରେ ପ୍ରିୟାପ୍ରୀତି ତୋଷଣ କରାଯାଉଛି । ନିଜ ଲୋକ ତଥା ଦଳୀୟ ଭିତ୍ତିରେ ଚାଷୀ ମାନଙ୍କ ନାମ ଅନଲାଇନରେ ପଠାଯାଇଛି । ଏପରିକି ଯେଉଁ ଚାଷୀ ଭିତରି ହାତଗୁଞ୍ଜା ଦେଉଛି ସେହି ମାନଙ୍କର ନାମ ଟୋକନ ପ୍ରକ୍ରିୟ ପାଇଁ ପଠାଯାଉଛି । ଫଳରେ ନିରିହ ଚାଷୀ ମାନେ ଟୋକନ ପାଇବାରୁ ବଞ୍ôଚତ ହୋଇ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।


