ଦୁଇ ଦିନିଆ ଆଞ୍ଚଳିକ ବାଳିକା କବାଡି ପ୍ରତିଯୋଗିତା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ସ୍ଥିତ କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲ ପରିସରରେ ସିଆଇସିଏସଇ ସ୍ପୋର୍ଟ୍ସ ଏଣ୍ଡ ଗେମ୍ ପକ୍ଷରୁ ଦୁଇ ଦିନିଆ ଆଞ୍ଚଳିକ ବାଳିକା କବାଡି ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି, ଏଥିରେ ୫ଟି ଜୋନ ଯଥା ଝାରସଗୁଡା, ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା ଓ ବାଲେଶ୍ୱର ଜୋନର ଅଣ୍ଡର ୧୪, ୧୭ ଓ ୧୯ ବର୍ଷର ୧୫୦ ଅଧିକା ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ, ସ୍କୁଲ ପ୍ରିନସିପାଲ ସିଷ୍ଟର ଡୋରେଟ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ପ୍ରତିଯୋଗିତା ରେ ପ୍ରାରମ୍ଭରେ ବରିଷ୍ଠ ଆଇନଜୀବି ବିଜୟ କୁମାର ପଟ୍ଟନାୟକ ଯୋଗଦେଇ ଉପସ୍ଥିତ କ୍ରୀଡା ପ୍ରତିଯୋଗି ମାନଙ୍କୁ ଉତ୍ସାହିତ କରିଥିଲେ, ଉଦଯାପନି ସମାରୋହରେ ଗଞ୍ଜାମ ଅଂଚଳିକ ପରିବହନ ଅଧିକାରୀ ଇଂ ମାନସ ରଞ୍ଜନ ସାହୁ ଯୋଗଦେଇ ବାଳିକା ମାନେ ଏବେ ପ୍ରତ୍ୟେକ କ୍ଷେତ୍ରରେ ଆଗୁଆ, ଖେଳ ରେ ହାର ଜିତ ନଭାବି ଖେଳରେ ଅଂଶ ଗ୍ରହଣ କରିବା ତାହା ଗୋଟିଏ ବଡ଼ ପୁରସ୍କାର, ଖେଳ ରେ ଡିସିପ୍ଲିନ ରଖିବା ଉପରେ ଗୁରୁତ୍ୱ ଦେବା ସହ ସଡ଼କ ସୁରକ୍ଷା ନିୟମ ଉପରେ ସଚେତନତା କରାଇଥିଲେ, ଅନ୍ୟତମ ଅତିଥିଭାବେ ଏମଏଭି ସ୍କୁଲ ପ୍ରିନ୍ସପାଲ ଦ୍ୱାରିକାନାଥ ପଣ୍ଡା ଉପସ୍ଥିତ ରହିଥିଲେ ଜ୍ଝ ପରେ ଅଣ୍ଡର ୧୪ ରେ ରାଉରକେଲା ଜୋନ ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ଭୁବନେଶ୍ୱର ଜୋନ ଦଳ ଦ୍ଵିତୀୟ ସ୍ଥାନ ଓ ଝାରସୁଗୁଡା ତୃତୀୟ ସ୍ଥାନ ଅଧିକାରୀ ଗ୍ରହଣ କରି ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କୃତ ହୋଇଥିଲା, ସେହିପରି ଅଣ୍ଡର ୧୭ ରେ ଭୁବନେଶ୍ୱର ଜୋନ ପ୍ରଥମ ସ୍ଥାନ, ରାଉରକେଲା ଜୋନ ଦ୍ଵିତୀୟ ଓ ବ୍ରହ୍ମପୁର ଜୋନ ତୃତୀୟ ସ୍ଥାନ ହୋଇ ପୁରସ୍କୃତ ହୋଇଥିଲେ, ସେହିପରି ଅଣ୍ଡର ୧୯ ରେ ଭୁବନେଶ୍ୱର ଜୋନ ପ୍ରଥମ, ରାଉରକେଲା ଜୋନ ଦ୍ଵିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ, ଏହି ବାଳିକା କବାଡି ପ୍ରତିଯୋଗିତାକୁ ପରିଚାଳନା ପାଇଁ ୮ଜଣ ରେଫେରି ରହିଥିବା ବେଳେ ଯେଉଁ ମାନେ ଭଲ ଖେଳି ଛନ୍ତି ସେମାନଙ୍କୁ ଚୟନ କରାଯାଇ ଆଗାମି ଦିନରେ ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ, କ୍ରୀଡା ଶିକ୍ଷକ ପ୍ରସାଦ ନାୟକ ଉପସ୍ଥିତ ରହି ଖେଳକୁ ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସ୍କୁଲ ମ୍ୟାନେଜର ସିଷ୍ଟର ଖ୍ରୀଷ୍ଟା ଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ, ଏହି ଅବସରରେ କାରମେଲ ସ୍କୁଲ ଛାତ୍ର/ଛାତ୍ରୀ ଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ