ଅସଂଗଠିତ ଶ୍ରମିକ ରାଜ୍ୟ ସମନ୍ୱୟ କମିଟିର ଧାରଣା ପ୍ରତ୍ୟାହୃତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ରାଜ୍ୟ ଅସଂଗଠିତ ଶ୍ରମିକ ସଂଘ ସମନ୍ୱୟ କମିଟିର ଆସନ୍ତା ୩୦.୧୧.୨୦୨୨ରିଖ ପ୍ରସ୍ତାବିତ ଗଣଧାରଣାକୁ ପ୍ରତ୍ୟାହାର କରି ନିଆଯାଇଛି । ରାଜ୍ୟ ଶ୍ରମ ପ୍ରଶାସନର ଆହ୍ୱାନ କ୍ରମେ ତା ୨୯.୧୧.୨୦୨୨ରିଖ ୧ ଘଟିକା ସମୟରେ ଶ୍ରମ ବିଭାଗ ଯୁଗ୍ମ ସଚିବ ଶ୍ରୀ ଅଶୋକ କୁମାର ପଣ୍ଡା ଓ ଡିଏଲ୍ସି ଶ୍ରୀ ବିଘ୍ନଜିତ ମହାପାତ୍ରଙ୍କ ଉପସ୍ଥିତିରେ ସମନ୍ୱୟ କମିଟିର ନେତୃବୃନ୍ଦ ସର୍ବଶ୍ରୀ ନାରାୟଣ ନାୟକ, ନୃସିଂହ ଚରଣ ମିଶ୍ର, ମାନସ ଜେନା, ଶୁଭାଷିଶ ନାୟକ, ଯଶୋବନ୍ତ ଭୂୟାଁ ଓ ରମେଶ ଜେନାଙ୍କ ସହ ଏକ ଫଳପ୍ରଦ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କମିଟିର ସମ୍ପାଦକ ଶ୍ରୀ ରମେଶ କୁମାର ଜେନା ଜଣାଇଛନ୍ତି ।


