ବାଲେଶ୍ୱରରେ ହିନ୍ଦୀ ଭାଷାଭାଷୀଙ୍କ ବିଜେପି ସପକ୍ଷରେ ମେଳି

ବାଲେଶ୍ୱର,(ୱାଇଏନ୍ଏସ୍): ବାଲେଶ୍ୱର ବିଧାନସଭା ଆସନ ନିମନ୍ତେ ଆସନ୍ତା ୩ ତାରିଖରେ ଅନୁଷ୍ଠିତ ହେବାକୁଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ଏଠାରେ ବିଜେପି ଏହାର ପ୍ରଚାର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଛି । ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିନ୍ଦୀ ଭାଷାଭାଷୀ ଲୋକମାନେ ଆସନ୍ନ ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି ସପକ୍ଷରେ କାମ କରିବା ପାଇଁ ସ୍ଥାନୀୟ ରୟାଲ କୁଇନ୍ କଲ୍ୟାଣ ମଣ୍ଡପରେ ଏକଯୁଟ ହୋଇଥିଲେ । ଉମେଶ ଖଣ୍ଡେଲୱାଲଙ୍କ ସଂଯୋଜନାରେ ଅନେକ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ଉକ୍ତ ସମାବେଶରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ମୁଖ୍ୟ ବକ୍ତା ଭାବରେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୁରଲୀ ମନୋହର ଶର୍ମା ପ୍ରାରମ୍ଭିକ ଭାଷଣ ଓ ଆଭିମୁଖ୍ୟ ପ୍ରଦାନ କରିଥିଲେ । ଆଲୋଚନାରେ ବିଜେପିର ତୁଙ୍ଗ ନେତାମାନେ ରାଜ୍ୟର ବିଜେଡି ସରକାରର ଦୁର୍ନୀତି, ସ୍ଥାଣୁତା ଓ ଅପାରଗତା ସମ୍ପର୍କରେ ଜନତାଙ୍କୁ ଜଣାଇବା ସହ କେନ୍ଦ୍ରର ବିଜେପି ସରକାରର ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ଉପଲବ୍ଧି ସମ୍ପର୍କରେ ଅବଗତ କରାଉଛନ୍ତି । କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଥିଲେ ଯେ ରାଜ୍ୟରେ ନବୀନ ସରକାର ବିଜେଡିର ପତିଆରା ପାଇଁ କାମ କରୁଛି । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବିଜେପି ଜନହିତକର ଯୋଜନା ଓ କାର୍ଯ୍ୟକ୍ରମ ସବୁକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଉଦ୍ୟମ କରୁଛି । ଏହି ଅବସରରେ ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତ୍ତୃତ୍ଵରେ ଦେଶ ଆଜି ସୁରକ୍ଷିତ। ଶତ୍ରୁକୁ ଇଟାର ଜବାବ ଆଜି ପଥରରେ ଦିଆଯାଉଛି । ଦେଶଦ୍ରୋହୀ ଓ ଶତ୍ରୁମାନେ ଆଜି ବିଚଳିତ ହୋଇପଡିଛନ୍ତି । ଅଥଚ ଯେଉଁମାନେ ଏକଦା ଦେଶର ସ୍ୱାର୍ଥ ଓ ହିତ ସହ ସାଲିସ କରୁଥିଲେ ସେମାନେ ଆଜି ଦେଶବାସୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଥିଲେ । ୧୯୬୨ ଚୀନ ଯୁଦ୍ଧ ସମ୍ପର୍କରେ ମାନେ ପକାଇଦେଇ ସେ କହିଥିଲେ ଯେ, ବିଜେପି ସରକାର ଦେଶର ସୁରକ୍ଷାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେବା ସହ ବିଶ୍ୱରେ ଭାରତକୁ ଏକ ସମର୍ଥ ରାଷ୍ଟ୍ରରେ ପରିଣତ କରିଛି । କେନ୍ଦ୍ରର ବିଜେପି ସରକାର ଦେଶର ପ୍ରତିରକ୍ଷା ସୁନିଶ୍ଚିତ କରିବା ଠାରୁ ଆରମ୍ଭ କରି ସମାଜର ଶେଷ ଧାଡିରେ ଥିବା ଲୋକର ସ୍ୱାର୍ଥ ପାଇଁ ନିରନ୍ତର କାର୍ଯ୍ୟ କରୁଛି । ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ଉପରେ ଦେଶବାସୀଙ୍କ ଏହି ବିଶ୍ୱାସ ଜନାଦେଶର ପ୍ରତିଫଳିତ ହେବ ଉଚିତ । ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ ଯେ , ବିଜେପିର ପ୍ରତ୍ୟେକ କାର୍ଯ୍ୟକର୍ତା ଦେଶପ୍ରତି ସମର୍ପିତ ଭାବନା ଓ ସମାଜର ହିତ ପାଇଁ କାର୍ଯ୍ୟ କରିବାର ବ୍ରତୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ନେତୃତ୍ୱରେ ସମାଜର ସବୁଠାରୁ ଅବହେଳିତ ବ୍ୟକ୍ତି ମଧ୍ୟ ଆତ୍ମବିଶ୍ୱାସ ପାଇଛି । ଆତ୍ମନିର୍ଭର ଭାରତ, ସୁରକ୍ଷିତ ଓ ସମୃଦ୍ଧ ଭାରତ ଲକ୍ଷ୍ୟ ନେଇ ବିଜେପି କାର୍ଯ୍ୟ କରୁଛି । ଲୋକଙ୍କ ନିକଟରେ ବିଜେପିର ଲୋକ ହିତକର ଯୋଜନା ଓ କାର୍ଯ୍ୟକ୍ରମ ପହଞ୍ଚାଇବାକୁ ସେ ଆହ୍ୱାନ ଦେଇଥିଲେ । ସେ କହିଥିଲେ, ବିଜେପି ସକାରାତ୍ମକ ରାଜନୀତି କରେ , ଦେଶର ବିକାଶ ଓ ସଂପ୍ରଭୁତା ପାଇଁ କଠୋର ନିଷ୍ପତ୍ତି ନେଇଥାଏ । ସେ କହିଥିଲେ ଜନତା ଏକ ରାଜନୈତିକ ଦଳର ଏଜେଣ୍ଡା , ନୀତି ଓ ଦଳର ନେତାଙ୍କ ଆଭିମୁଖ୍ୟକୁ ଦେଖି ଭୋଟ ଦେବା ଉଚିତ । ଦୁର୍ନୀତିକୁ ନେଇ ଜନତା
ଶୁନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବା ଉଚିତ । ସେ କହିଥିଲେ ରାଜ୍ୟରେ କ୍ଷମତାରେ ଥିବା ସରକାର ନିକଟରେ ଇଛାଶକ୍ତିର ଅଭାବ ରହିଛି । ୨୦ ବର୍ଷ ହେଲା ଦୁର୍ନୀତିରେ ଉବୁଟୁବୁ ଇଉଠିବା ରାଜ୍ୟ ସରକାର ସୁଷଣ ଭାରତ ଲକ୍ଷ୍ୟ ନେଇ ବିଜେପି କାର୍ଯ୍ୟ କରୁଛି। ଲୋକଙ୍କ ନିକଟରେ ବିଜେପିର ଲୋକ ହିତକର ଯୋଜନା ଓ କାର୍ଯ୍ୟକ୍ରମ ପହଞ୍ଚାଇବାକୁ ସେ ଆହ୍ୱାନ ଦେଇଥିଲେ । ସେ କହିଥିଲେ, ବିଜେପି ସକାରାତ୍ମକ ରାଜନୀତି କରେ , ଦେଶର ବିକାଶ ଓ ସଂପ୍ରଭୁତା ପାଇଁ କଠୋର ନିଷ୍ପତ୍ତି ନେଇଥାଏ । ସେ କହିଥିଲେ ଜନତା ଏକ ରାଜନୈତିକ ଦଳର ଏଜେଣ୍ଡା , ନୀତି ଓ ଦଳର ନେତାଙ୍କ ଆଭିମୁଖ୍ୟକୁ ଦେଖି ଭୋଟ ଦେବା ଉଚିତ । ଦୁର୍ନୀତିକୁ ନେଇ ଜନତା ଶୁନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବା ଉଚିତ । ସେ କହିଥିଲେ ରାଜ୍ୟରେ କ୍ଷମତାରେ ଥିବା ସରକାର ନିକଟରେ ଇଛାଶକ୍ତିର ଅଭାବ ରହିଛି । ୨୦ ବର୍ଷ ହେଲା ଦୁର୍ନୀତିରେ ଉବୁଟୁବୁ ଇଉଠିବା ରାଜ୍ୟ ସରକାର ସୁଷଣ ଦେବାରେ ସମ୍ପୂର୍ଣ ବିଫଳ ହୋଇଛି । ଏଠାକାର ସରକାର ଉତ୍ତରଦାୟୀ ଓ ପାରଦର୍ଶୀ ନୁହେଁ । ତେଣୁ ଓଡ଼ିଶାରେ ଦୁର୍ନୀତିମୁକ୍ତ ଓ ପାରଦର୍ଶୀ ଶାସନ ପାଇଁ ବିଜେପିର ବିକଳ୍ପ ନାହିଁ । ଏଠାରେ ବିଜେପିର ଡବଲ ଇଂଜିନ ଲାଗିବା ଦରକାର ବୋଲି ସେ ଜୋର ଦେଇଥିଲେ । ସେହିପରି , ବିଜେପି ଜିଲ୍ଳାଧକ୍ଷ ଉମାକାନ୍ତ ମହାପାତ୍ର ଓ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ମୁରଲୀ ଶର୍ମା ରାଜ୍ୟରେ ନବୀନ ସରକାର ଓ ତାଙ୍କ ମନ୍ତ୍ରୀ ତଥା ନେତା ମାନଙ୍କ ଜନବିରୋଧୀ ଆଭିମୁଖ୍ୟକୁ ନେଇ ତୀବ୍ର ସମାଲୋଚନା କରିବା ସହ କେନ୍ଦ୍ରରେ ବିଜେପିର ଦୁର୍ନୀତିମୁକ୍ତ ସୁଶାସନ ସମ୍ପର୍କରେ ଅବଗତ କରିଥିଲେ ଓ କହିଥିଲେ ଯେ ବିଜେପିର ଏଜେଣ୍ଡା ଓ ମୋଦିଜୀଙ୍କ ବଳିଷ୍ଠ ନେତୃତ୍ୱ ଆମ ସମସ୍ତଙ୍କୁ ଭାରତୀୟ ଭାବେ ଗର୍ବିତ କରାଇଛି । ସେମାନେ କହିଥିଲେ ଆଜି ବିଜେପି ଏକ ରାଜନୈତିକ ଦଳ ନୁହେଁ ବରଂ ଏକ ଜନନ୍ଦୋଳୋନରେ ପରିଣତ ହୋଇଛି । ଏଥିପୂର୍ବରୁ ବିଜେପି ଯୁବ ନେତା ଉମେଶ ଖଣ୍ଡେଲୱାଲ ସଭାରେ ଉପସ୍ଥିତ ନେତୃବୃନ୍ଦଙ୍କ ପରିଚୟ କରାଇଥିଲେ । ଏହି ଜନସଭାରେ ଯୋଗଦେଇ ଥିବା ପ୍ରମୁଖ ବ୍ୟକ୍ତିତ୍ୱ ମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତ୍ତୃତ୍ଵରେ ବିଶ୍ୱାସ ରଖିବା ସହ ବିଜେପିକୁ ବିପୁଳ ଭୋଟ ଦେଇ ବିଜୟୀ କରାଇବାକୁ ଆହ୍ୱାନ ଦେଇଥିଲେ । ଶେଷରେ ଉମେଶ ଖଣ୍ଡେଲୱାଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ