ଗଜପତି ଜିଲାପରିଷଦ ଷ୍ଟାଣ୍ଡିଂ କମିଟି ବୈଠକ ଉନ୍ନୟନ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ପାଇଁ ନିଷ୍ପତ୍ତି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ଜିଲା ପରିଷଦ ସମ୍ମୀଳନୀ ଗୃହ ଠାରେ ଜିଲାପରିଷଦ ଷ୍ଟାଣ୍ଡି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକଟି ଜିଲାପରିଷଦ ଅଧ୍ୟକ୍ଷା ଅନୀତା ରାଣୀ ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବାବେଳେ ଏଥିରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ଯୋଗଦେଇ ଗ୍ରାମାଞ୍ଚଳରେ ତଥା ପଞ୍ଚାୟତ ସ୍ଥରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରିଥିଲେ । ମୁଖ୍ୟତଃ ଯେଉଁ ସବୁ ସରକାରୀ ଯୋଜନା ଗୁଡିକ ଅଧପନ୍ତରିଆଭାବେ ପଡିରହିଛି ସେଗୁଡିକୁ ତୁରନ୍ତ ତ୍ୱରାନ୍ୱିତ କରିବାପାଇଁ ଏହି ବୈଠକରେ ଆଲୋଚନା ହୋଇଥିଲା । ସରକାରଙ୍କର ବିଭିନ୍ନ ନୂତନ ଯୋଜନା ଗୁଡିକ କିପରି ଗ୍ରାମାଞ୍ଚଳରେ ପହଞ୍ôଚପାରିବ ଏଥିପାଇଁ ସେହି ସବୁ ବିଭାଗ ଗୁଡିକ କିପରି କାର୍ଯ୍ୟକରିବା ଉଚିତ ସେ ବିଷୟରେ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କ ଠାରୁ ସୂଚନା ନିଆଯାଇଥିଲା । ମୁଖ୍ୟତଃ କୃଷି, ଜଳସେଚନ, ଗମନାଗମନ ତଥା ମୌଳିକ ସୁବିଧା ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବିଜୁ ପକ୍କାଘର ଯୋଜନା ସଠିକ ଭାବେ ଆକଳନ କରାଯାଇ ସଠିକ ପ୍ରଦାନ କରାଯାଉଛି କି ନାହିଁ ସେ ବିଷୟରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ଅନେକ ଗ୍ରାମାଞ୍ଚଳରେ ବର୍ତ୍ତମାନ ସୁଦ୍ଧା ବିଜୁଳି ନଥିବା ଯୋଗୁଁ ସେହି ସବୁ ସ୍ଥାନରେ କିପରି ବିଦ୍ୟୁତ ପହଞ୍ôଚପାରିବ ସେ ଦିଗରେ ମଧ୍ୟ ପଦକ୍ଷେପ ନେବାକୁ ଆଲୋଚନା କରାଯାଇଥିଲା । ଦୁର୍ଗମ ଅଞ୍ଚଳ ଗୁଡିକରେ ଅଙ୍ଗନବାଡି କେନ୍ଦ୍ର ଏବଂ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ଯେପରି ସଠିକ ଭାବେ କାର୍ଯ୍ୟକରିବେ ସେଥିପ୍ରତି କଡା ଦୃଷ୍ଟି ନିକ୍ଷେପ ଦେବାପାଇଁ କୁହାଯାଇଥିଲା । ମୁଖ୍ୟତଃ ବିଭିନ୍ନ ବିକାଶ କାର୍ଯ୍ୟକୁ ଜିଲାରେ କିପରି ତ୍ୱରାନ୍ୱିତ ହେବ ଏହି ଷ୍ଟାଣ୍ଡିଂକମିଟି ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପରିଷଦ ଉପାଧ୍ୟକ୍ଷ ଆର୍‌.ବିଜୟକୁମାର, ଜିଲା ଗ୍ରାମପଞ୍ଚାୟତ ଅଧିକାରୀ ବସନ୍ତ କୁମାର ପାତ୍ର ପ୍ରମୁଖଙ୍କ ସହ ସମସ୍ତ ଜିଲାପରିଷଦ ସଭ୍ୟ ଏବଂ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ