ଶଙ୍ଖ ବଢ଼ାଏ ଧନ ସମ୍ପତ୍ତି

ଶଙ୍ଖ ବିଷୟରେ ଆପଣମାନେ ବହୁତ କିଛି ଶୁଣିଥିବେ । ପ୍ରତିଟି ଶୁଭକାମରେ ଶଙ୍ଖର ବ୍ୟବହାର ଶୁଭ ମନାଯାଇଥାଏ । ପୂଜାପାଠ ହେଉ ଅବା ବାହାଘର ଆଦିରେ ଶଙ୍ଖର ବ୍ୟବହାର କରାଯାଇଥାଏ । କିନ୍ତୁ ଜାଣିଛନ୍ତି କି ଶଙ୍ଖର ବ୍ୟବହାର ଦ୍ୱାରା ଆପଣଙ୍କୁ ଅମାପ ପ୍ରେମ ଓ ପଇସା ମିଳିପାରିବ । ତେବେ ଏହା ନିର୍ଭର କରୁଛି ଆପଣ କେଉଁ ଭଳି ଶଙ୍ଖ ବ୍ୟବହାର କରିପାରିବେ । ତାହା ହେଲେ ଆସନ୍ତୁ ଜାଣିବା କେଉଁ ଶଙ୍ଖ ଆପଣଙ୍କୁ ସାହାଯ୍ୟ କରିବ । ଧନର ଦେବୀ ମହାଲକ୍ଷ୍ମୀ ହସ୍ତରେ ଦକ୍ଷିଣାବର୍ତ୍ତୀ ଶଙ୍ଖ ଧରିଥାନ୍ତି । ଏହି ଶଙ୍ଖକୁ ଲକ୍ଷ୍ମୀଙ୍କ ଶଙ୍ଖ ବୋଲି କୁହାଯାଏ । ଏହି ଶଙ୍ଖର ମୁହଁର ଡାହାଣ ଆଡକୁ ହୋଇଥାଏ । କିନ୍ତୁ ସାଧାରଣତଃ ବଜାରରେ ମିଳୁଥିବା ଶଙ୍ଖଗୁଡ଼ିକର ମୁହଁ ବାମ ଆଡ଼କୁ ହୋଇଥାଏ । ଦକ୍ଷିଣାବର୍ତ୍ତୀ ଶଙ୍ଖକୁ ମା’ଲକ୍ଷ୍ମୀ ସାମ୍ନାରେ ନାଲି କପଡା ଉପରେ ରଖି ପୂଜା କଲେ ଶୁଭ ହୋଇଥାଏ । ଏହା କରିବା ଦ୍ୱାରା ଘରେ ଲକ୍ଷ୍ମୀ ବାସ କରନ୍ତି ବୋଲି କୁହାଯାଏ । ଧନ ସମ୍ପତ୍ତିର ଅଭାବ ହୁଏ ନାହିଁ । ପ୍ରେମ ସମ୍ପର୍କରେ ଫାଟ ଥିଲେ ହୀରା ଶଙ୍ଖ ବହୁତ ଲାଭଦାୟକ । ଯଦି ଜୀବନସାଥୀଙ୍କ ସହ ବେଳେବେଳେ ଝଗଡା ହେଉଛି ତାହା ହେଲେ ଘରେ ହୀରା ଶଙ୍ଖ ରଖନ୍ତୁ । ପ୍ରେମ ସମ୍ପର୍କରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ଦୂର ହୋଇଯିବ । ହୀରା ଶଙ୍ଖ ଶୁକ୍ର ଦୋଷ ଦୂର କରିଥାଏ । ଶୁକ୍ରକୁ ପ୍ରେମର ଗ୍ରହ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ