ଧାନ ବିକ୍ରି କରିପାରିନାହାନ୍ତି…

ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ଜିଲାରେ ଖରିପ ଧାନ ସଂଗ୍ରହ ଡିସେମ୍ବର ୨୯ ରୁ ଆରମ୍ଭ ହୋଇଛି । ଆଜିକୁ ୫୩ ଦିନ ବିତିଯାଇଥିଲେ ସୁଦ୍ଧା ଏଯାବତ ୮୪୨୯୧ ଜଣ ଚାଷୀଙ୍କ ଠାରୁ ୩୫୯୨୪୪୨.୮୭ କୁଇଟାଂଲ ଧାନ ସଂଗ୍ରହ କରାଯାଇଥିବା ଜିଲା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି । ଜିଲାରେ ଚଳିତ ଖରିପ ଧାନ ସଂଗ୍ରହ ପାଇଁ ଦୁଇଟି ପ୍ରର୍ଯ୍ୟାୟରେ ୪୦ଲକ୍ଷ୫୨୨୩୮.୫ କୁଇଟାଂଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଆସିଛି । ୧ଲକ୍ଷ ୨୩ ହାଜର ୨୮୪ ଚାଷୀ ପଞ୍ଜିକରଣ କରିଥିବା ବେଳେ ୧ ଲକ୍ଷ ୨୨ ହଜାର ୮୨୬ ଜଣ ଚାଷୀଙ୍କ ଠାରୁ ଧାନ କିଣା ଯିବ । ଜିଲାରେ ୩୬୭ ପ୍ୟାକ୍ସ,୧୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗୋଟିଏ ପାଣି ପଚାଂୟତ ଧାନ ସଂଗ୍ରହ ନିମନ୍ତେ ସାମିଲ ହୋଇଛନ୍ତି । ହାତରେ ମାତ୍ର ଆଉ ୪୦ ଦିନ ବାକି ରହିଥିବା ବେଳେ ଜିଲାରେ ଆହୁରି ୩୮ ହଜାର ୫୩୫ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ଚାହିଁ ବସିଛନ୍ତି । ୩୬୬ଟି ମିଲର ଧାନ ସଂଗ୍ରହ ପାଇଁ ଅନୁମତି ପ୍ରକାଶ କରିଥିବା ଜିଲା ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା ସୂଚନା ଦେଇଛନ୍ତି । କିନ୍ତୁ ଚଳିତ ବର୍ଷ ଧାନ କିଣାରେ ନାନା ସମସ୍ୟା ଉପୁଜିବା ସହ ବହୁ ସ୍ଥାନରେ ଠିକଣା ସମୟରେ ମଣ୍ଡିରୁ ଧାନ ଉଠୁନଥିବାରୁ ଆନ୍ଦୋଳନ ଦେଖିବାକୁ ମିଳୁଛି । ବିଶେଷକରି ମିଲର ଙ୍କ ମର୍ଜିରେ ଧାନ ଉଠାଯାଉଥିବା ଦେଖିବାକୁ ମିଳୁଛି । ଅଧିକାଂଶ ସ୍ଥାନରେ କଟିନ ଛଟିନି ସମସ୍ୟା ସହ କ୍ୱାଲିଟି ଧାନ ଆଳ ଦେଖାଇ ଚାଷୀଙ୍କୁ ଏବେ ମିଲର ମାନେ ଧାନ ଉଠାଇବାକୁ ରାଜି ହେଉନାହାନ୍ତି । ମିଲର ମାନେ ଅବହେଳା କରୁଥିବାରୁ କିଛି ଦିନ ତଳେ ୧୩ ଜଣ ମିଲରଙ୍କୁ ଜିଲାପାଳଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ପରବର୍ତୀ ସମୟରେ ସେମାନେ ଠିକଣା ସମୟରେ ଚାଷୀଙ୍କ ଧାନ ଉଠାଇଥିବା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟ ପକ୍ଷରୁ ବହୁ ଚାଷୀଙ୍କ ଟୋକେନ ଅବଧି ଶେଷ ହୋଇଯାଇଥିବା ନେଇ ଯେଉଁ ସବି ଅଭିଯୋଗ ଆସିଛି ସେଗୁଡିକର ଏକ ଲିଷ୍ଟ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଥିବା ଜିଲା ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ କହିଛନ୍ତି । ୨୦୨୦/୨୧ ବର୍ଷରେ ଜିଲାରେ ୪୦ ହାଜର ଚାଷୀ ସରକାରୀ ଦରରେ ଧାନ ବିକ୍ରି କରିପାରିନଥିଲେ । ଏହି ଧାନ କିଣା ପ୍ରକ୍ରିୟା ଆସନ୍ତା ମାର୍ଚ୍ଚ ୩୧ ରେ ଧାନ କିଣା ଶେଷ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ