ନଭେମ୍ବର ୧୫ରେ କେନ୍ଦ୍ରାପଡା ବାଲିଯାତ୍ରା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବାଲିଯାତ୍ରା କମିଟିର ସଭାପତି ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶଙ୍କ ପୈାରହିତ୍ୟରେ ଶନିବାର ଗୁଲନଗର ପଞ୍ଚାୟତର ସୁଜାନଗରସ୍ଥିତ ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ଆସନ୍ତା ନଭେମ୍ବରମାସ ୧୫ତାରିଖରେ କେନ୍ଦ୍ରାପଡା ବାଲିଯାତ୍ରା ଅନୁଷ୍ଟିତ ହେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକରେ ବାଲିଯାତ୍ରା କମିଟି ସମ୍ପାଦକ ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ଉପସଭାପତି ଧିରେନ୍ଦ୍ର କୁମାର ଦାସ, କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ, ସାଂସ୍କୃତିକ ସମ୍ପାଦକ ଶୁଭାଂଶୁ କୁମାର ଦାସ, ସହ କୋଷାଧ୍ୟକ୍ଷ ପଞ୍ଚାନନ ଗେରୁ, କର୍ମକର୍ତ୍ତା ଟୁଟୁ ଗେରୁ, ମୃତ୍ୟୁଞ୍ଜୟ ସାହୁ, ରାଜୁ କୁବେର, ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, କପାଳେଶ୍ୱର ସରପଞ୍ଚଙ୍କ ପ୍ରତିନିଧି ଲୋହିତ ମହାନ୍ତି, ଅଭିମନ୍ୟୁ ଗୋଛାୟତ, ରାମଚନ୍ଦ୍ର ବାରିକ, ଲାଲବାବୁ, ଶ୍ରୀଧର ମହାନ୍ତି, ଦୁର୍ଯ୍ୟୋଧନ ଗେରୁ, ଶ୍ରୀଧର କୁମାର ଭୋଳ, କୈଳାସ ଗେରୁ, ପୀତବାସ ବେହେରା, ସତ୍ୟପ୍ରିୟ ଦାସ, ପୀତବାସ ଦାସ, ମୃତ୍ୟୁଞ୍ଜୟ ମହାନ୍ତି, ତ୍ରିଲୋଚନ ଦାସ, ପଞ୍ଚାନନ ଦାସ, ଶରତ କୁମାର ରାଉତ, ମଦନମୋହନ ସାହୁ, ସରୋଜକାନ୍ତ ସାହୁ, ଗବେଷକ ନିରଞ୍ଜନ ମେକାପ, ମହେନ୍ଦ୍ର ଆଚାର୍ଯ୍ୟ, ଦେବେନ୍ଦ୍ର ସାହୁ, ଦୁର୍ଯ୍ୟୋଧନ ଗେରୁ, ସେକ ରିଙ୍କୁ ପ୍ରମୁଖ ଶତାଧିକ ବାଲିଯାତ୍ରା ପ୍ରେମୀମାନେ ଯୋଗଦେଇ କେନ୍ଦ୍ରାପଡା ବାଲିଯାତ୍ରାକୁ କରାଯିବା ପାଇଁ ଶପଥ ଗ୍ରହଣ କରିଥିଲେ । କେନ୍ଦ୍ରାପଡାର ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ଉଦଯିବିତ କରି ଆସୁଥିବା ବାଲିଯାତ୍ରାକୁ ସର୍ବାଦୈା ସଫଳ କରିବାକୁ ସମସ୍ତେ ସହଯୋଗ କରିବେ ବୋଲି ପ୍ରତିଶୃତି ବଦ୍ଧ ହୋଇଥିଲେ । ଆସନ୍ତା ଗାନ୍ଧୀ ଜୟନ୍ତୀ ଦିନ ବାଲିଯାତ୍ରା କମିଟିର ପରବର୍ତ୍ତୀ ବୈଠକ ବସି ବାଲିଯାତ୍ରାକୁ ସଫଳ କରିବା ନିମନ୍ତେ ବିଭିନ୍ନ କମିଟି ଗଠନ କରାଯିବ । ସେହି ବୈଠକରେ ବହୁ ସଂଖ୍ୟାରେ ସଭ୍ୟ/ସଭ୍ୟାମାନେ ଯୋଗଦାନ କରିବାକୁ ଅନୁରୋଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ