ବିଜେଡିର ଜନସଂପର୍କ ପଦଯାତ୍ରା
ଛତ୍ରପୁର, ,(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ନିର୍ବାଚନ ମଣ୍ଡଳୀ ଛତ୍ରପୁର ବ୍ଲକ ନରେନ୍ଦ୍ରପୁର ଓ ଲକ୍ଷ୍ମୀପୁର ପଞ୍ଚାୟତରେ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ପଞ୍ଜିକରଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଉଭୟ ପଞ୍ଚାୟତର ସମସ୍ତ ଗ୍ରାମରେ ଜନସଂପର୍କ ପଦଯାତ୍ରା ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଜନମଙ୍ଗଳ ଯୋଜନା ଗୁଡିକ ଲୋକାଭିମୁଖୀ ଏବଂ ଦଳର ଆଭିମୁଖ୍ୟ ନେଇ ପଞ୍ଚାୟତରୁ ଅଧିକାରୁ ଅଧିକା ନୂତନ ସଭ୍ୟ ସଂଗ୍ରହ କରିବା ନିମନ୍ତେ ବିଧାୟକ ଶ୍ରୀ ବେହେରା ଘରେ ଘରେ ବାର୍ତା ପହଞ୍ଚାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କୃଷି ବିପଣନ ନିଗମର ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟୟ ରେଡ୍ଡି, ଉପାଧ୍ୟକ୍ଷ ଅମିତା ସାହୁ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ନରେନ୍ଦ୍ରପୁର ସରପଞ୍ଚ ବାବୁଲା କୁମାର ବେହେରା, ସମିତି ସଭ୍ୟ ଜ୍ୟୋତି ରଞ୍ଜନ ସାହୁ, ବିପୁଳିଙ୍ଗି ସରପଞ୍ଚ ଟି.ନରସିଂହ ରେଡ୍ଡି, ବ୍ଲକ ବିଜେଡି ସଭାପତି ସପ୍ନେଶ୍ୱର ନାହାକ, ପୂର୍ବତନ ସରପଂଚ ପ୍ରକାଶ ଚନ୍ଦ୍ର ବିଷୋୟୀ , ବ୍ଲକ ସଭାନେତ୍ରୀ ନମିତା ମହାରଣାଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ ।


