କେନ୍ଦୁଆପଦାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍‌) : ଶ୍ରୀ ଶ୍ରୀ ଜଗନ୍ନାଥ କଳା ସଂସ୍କୃତି ସଂକୀର୍ତ୍ତନ ସେବା ବିକାଶ ପରିଷଦ, ଓଡିଶା ଆନୁକୂଲ୍ୟରେ ବନ୍ତ ବ୍ଲକ କେନ୍ଦୁଆପଦା ଠାରେ ସ୍ୱଚ୍ଛ ଭାରତ ଓ ନିଶା ନିବାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲା ସଭାପତି ଚନ୍ଦ୍ରମଣି ଜେନାଙ୍କ ତତ୍ତ୍ୱାବଧାନରେ ପ୍ରଥମେ ରେଲୱେ ଷ୍ଟେସନ ପରିସରକୁ ସଫେଇ କରାଯାଇଥିଲା । ଏଥିରେ ଷ୍ଟେସନ ମାଷ୍ଟର ସୁଶାନ୍ତ କୁମାର ବେହେରାଙ୍କ ସମେତ ରେଳକର୍ମଚାରୀ ମାନେ ଯୋଗ ଦେଇଥିଲେ । ପରେ କେନ୍ଦୁଆପଦା ବଜାର, ଫାଣ୍ଡି, ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ, ଡାକ୍ତରଖାନା ପରିସର ସମେତ ଆମ୍ପୋର ଗ୍ରାମ ସଫେଇ କରାଯାଇଥିଲା । କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶିବ ପ୍ରସାଦ ସ୍ୱାଇଁ, ଉପସଭାପତି ରବିନ୍ଦ୍ର ସ୍ୱାଇଁ, ଜିଲା ସମ୍ପାଦକ ନିରଞ୍ଜନ ବେହେରା, ଶ୍ରୀନିବାସ ଲେଙ୍କା, ବଳରାମ ଭାରତୀ, ଶୁକଦେବ ସାହୁ, ସୂର୍ଯ୍ୟମଣି ପରିଡା, ପିତାମ୍ବର ସ୍ୱାଇଁ, ଜଳଧର ଜେନା, କାଳନ୍ଦି ରାଉତ, ଅନିରୁଦ୍ଧ ସାମଲ, ଧନେଶ୍ୱର ମହାକୁଡ, ମଦନମୋହନ ସାହୁ, କରୁଣାକର ସାମଲ, ବିଦ୍ୟାଧର ଜେନାଙ୍କ ସମେତ ବିକାଶ ପରିଷଦର ଶତାଧିକ ସଭ୍ୟସଭ୍ୟା ଓ ବଜାରର ବ୍ୟବସାୟୀ ମାନେ ସାମିଲ ହୋଇଥିଲେ । ଏଥିସହ ବିକାଶ ପରିଷଦ ପକ୍ଷରୁ ଲୋକ ମାନଙ୍କୁ ନିଶାନିବାରଣ ଓ ପ୍ଲାଷ୍ଟିକ ବର୍ଜ୍ଜନ କରିବା ସଂପର୍କରେ ସଚେତନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ