ରୋଟାରୀ କ୍ଲବ ତରଫରୁ ୭୧ତମ ବନମହୋତ୍ସବ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଉତ୍କଳ ତରଫରୁ ବାଲିଅନ୍ତା ବ୍ଲକ ଅଧିନସ୍ଥ ଯଶୁଆପୁର ଗ୍ରାମର ଚିତ୍ରେଶ୍ୱର ମହାଦେବ ପ୍ରାଙ୍ଗଣରେ ୭୧ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଉତ୍କଳର ସମ୍ପାଦକ ସମ୍ବିତ ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲୀ ଏବଂ ସମ୍ମାନିତ ଅତିଥି ଭାବେ ଜ୍ୟୋର୍ତିବିତ୍ ପ୍ରମୋଦ କୁମାର ପାତ୍ରୋ, ବାଲିଅନ୍ତା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଦିକନ୍ଦ ବେହେରା, ବାଲିପାଟଣା ବନାଞ୍ଚଳ ଅଧିକାରୀ ଜୟକୃଷ୍ଣ ଯଦୁମଣି ଦାସ, ବାଳକାଟି ଫାଣ୍ଡି ଭାରପ୍ରାପ୍ତ ଅଧିକାରୀ ମମତାଜଅଲ୍ଲୀ ଖାନ୍, ସମାଜସେବୀ ସୁଚିସ୍ମିତା ପୃଷ୍ଟି ଏବଂ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଉତ୍କଳର ଆଶୁତୋଷ ରଥ, ଆଶିଷ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବଉଳ, ଆମ୍ବ, କୃଷ୍ଣଚୂଡ଼ା, ଅଁଳା, ପିଜୁଳି ଆଦି ୩୦ରୁ ଉର୍ଦ୍ଧ୍ୱ ଚାରା ରୋପଣ କରାଯାଇଥିଲା । ଏହ ଉତ୍ସବରେ ରୋଟ୍ରାକ୍ଟ କ୍ଲବ ଅଫ ଭୁବନେଶ୍ୱର ଉତ୍କଳ ଜୟଦେବ ନାମରେ ଏକ ନୂତନ ଶାଖା ଗଠନ ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା । କାର୍ଯ୍ୟକ୍ରମକୁ ପ୍ରତୀକ ନନ୍ଦ, ଅଲିଭା ଆରତୀ ସାମନ୍ତରାୟ, ଯୁବ ସମାଜସେବୀ ରଞ୍ଜନ କୁମାର ମହାପାତ୍ର, ତାପସ ରଞ୍ଜନ ମଲ୍ଲିକ, ବିଦୁଭୂଷଣ ପଟ୍ଟନାୟକ, ପ୍ରକୃତିବନ୍ଧୁ ଦୀନବନ୍ଧୁ ଭୋଇ, ନାରାୟଣ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


