ନାଉଗାଁ ବ୍ଲକରେ କେନାଲ ସଫେଇ

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଲକରେ ମୁଖ୍ୟ କେନାଲ ଭାବେ ୧୯(ଏ), ୧୯(ଏ-୨),୧୬(ଏ) କେନାଲ ରହିଛି । ଏହି କେନାଲରେ ପାଣି ଆସିବା ପୂର୍ବରୁ କେନାଲ ଅଧିନରେ ଥିବା ବିଭିନ୍ନ ପାଣି ପଂଚାୟତ ପକ୍ଷରୁ କେନାଲ ଗୁଡିକୁ ସଫେଇ କରାଯାଇଥାଏ । ଚଳିତ ବର୍ଷ ପାଣି ପଂଚାୟତ ପକ୍ଷରୁ କେଉଁଠି ଜେସିବି ସାହାର୍ଯ୍ୟରେ କେନାଲ ସଫେଇ କରାଯାଇଛି ତ ଆଉ କେଉଁଠି ଟ୍ରାକ୍ଟରର ରୋଟର ସାହାର୍ଯ୍ୟରେ ମଧ୍ୟ ସଫେଇ କରାଯାଇଥିବା ଦେଖିବାକୁ ମିଳିଥିଲା । ଏବେ ଆଣ୍ଠୁଏ ପାଣି ଭିତରେ ପଶି ସଫେଇ କରାଯାଉଥିବା ଦେଖିବାକୁ ମିଳିଛି । ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ନାଉଗାଁ ବ୍ଳକର ୧୬(ଏ) କେନାଲର ସବ କେନାଲ କ୍ଷେତ୍ରରେ । ଏହି ସବ କେନାଲ ମୁଣ୍ଡାଳରୁ ବାହାରି କଣିପଡା କଲେଜ ପର୍ଯ୍ୟନ୍ତ ଯାଇଛି । ଏହି କେନଲାରେ ଏବେ ବର୍ଷା ପାଣି ଥିବା ବେଳେ ଅନାବନା ଘାସ ମାଡି ଯାଇଥିବା ଦେଖିବାକୁ ମିଳୁଛି । ଉକ୍ତ ଅନାବନା ଘାସକୁ ଜୈନିକ ଠିକାଦାର କିଛି ଶ୍ରମିକକୁ ନିୟୋଜିତ କରି ଆଣ୍ଠୁଏ ପାଣି ଭିତରେ ପଶି ସଫେଇ କରୁଥିବା ଦେଖାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା କେନାଲକୁ ପାଣି ଆସିବା ପୂର୍ବରୁ ସଫେଇ କରାଯିବା କଥା । କିନ୍ତୁ କ’ଣ ପାଇଁ ଉକ୍ତ କେନାଲକୁ ସଠିକ ସମୟରେ ସଫେଇ କରା ନ ଯାଇ କେନାଲରେ ପାଣି ଥିବା ସମୟରେ ସଫେଇ କରାଉଛନ୍ତି, ତାହା ତଦନ୍ତ ସାପେକ୍ଷ । ଏ ସଂର୍ପକରେ ଅଲଣାହାଟ ସେକ୍ସନର କନିଷ୍ଠ ଯନ୍ତ୍ରୀ ଦେବୀ ମିଶ୍ରଙ୍କୁ ପଚାରିବା ପାଇଁ ଚେଷ୍ଠା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରି ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ