ନାଗେଶ୍ୱର ସିନେ ସାହିତ୍ୟ ଆୱାର୍ଡ଼-୨୦୨୨

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନାଗେଶ୍ୱର ଫିଲ୍ମ ପ୍ରଡ଼କ୍ସନ୍ ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିରଠାରେ ନାଗେଶ୍ୱର ସିନେ ସାହିତ୍ୟ ଆୱାର୍ଡ଼ – ୨୦୨୨ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବେଦପାଠ ସହିତ ବିଭିନ୍ନ ଜିଲ୍ଲାରୁ ଆସିଥିବା କବିମାନେ ନିଜ ନିଜର ସ୍ୱରଚିତ କବିତା ପାଠ କରିଥିଲେ । ପ୍ରଯୋଜକ-ନିର୍ଦ୍ଦେଶକ ଅଶୋକ ଘଡ଼ିଆଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାହିତ୍ୟିକ ରବି ନାରାୟଣ ସେନାପତି, ବିଶିଷ୍ଟ ସାହିତ୍ୟିକା ଲେଖିକା ଡଃ ଶକୁନ୍ତଳା ବଳିୟାରସିଂହ, ସାହିତ୍ୟିକ ହରେକୃଷ୍ଣ ଦାଶ, ସୌଦାମିନୀ ସାମନ୍ତରାଙ୍କ ପରିଚାଳିକା ଭାବେ ଉପସ୍ଥିତ ରହିବା ସହିତ ଅଧୁନା ସମୟରେ ସମାଜ ଗଠନରେ ସାହିତ୍ୟିକା ଓ ଲେଖିକାମାନଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବା ସହିତ ନୂତନ ସ୍ରଷ୍ଟାମାନଙ୍କୁ ଉକ୍ତ ଅନୁଷ୍ଠାନ ଆଗକୁ ଆଣିବା ବେଶ୍ ପ୍ରେରଣାଦାୟୀ ହୋଇପାରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିବା ସହିତ ଓଡ଼ିଆ ଭାଷା, ସାହିତ୍ୟକୁ ସଠିକ୍ ଭାବରେ ବୁଝି ଜନକଲ୍ୟାଣରେ ଲଗାଇବା ପାଇଁ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଦିବ୍ୟାଙ୍ଗ ସମାଜସେବିକା ନର୍ମଦା ବେହେରାଙ୍କୁ ମଦର ଟେରେସା ସମ୍ମାନ, ସାହିତ୍ୟିକା ଜୟଶ୍ରୀ ଦାଶ, ସୁଧା ପଟ୍ଟନାୟକ, ଭାସ୍କର ବେଦାନ୍ତ ପ୍ରମୁଖଙ୍କୁ ଉପଢୌକନ ଓ ମାନପତ୍ର ଦେଇ ଅତିଥିମାନେ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମକୁ ସନ୍ଧ୍ୟା ପୃଷ୍ଟି ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ସୁଧା ପଟ୍ଟନାୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ