ମତ୍ସ୍ୟ ବିଭାଗ ବୈଷୟିକ କର୍ମଚାରୀ ସଂଘର ସାଧାରଣ ଅଧିବେଶନ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରେଡ଼କ୍ରସ ଭବନ ସମ୍ମିଳନୀ କକ୍ଷରେ ଓଡ଼ିଶା ମତ୍ସ୍ୟବିଭାଗ ବୈଷୟିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଜେଏଫ୍‌ଟିଏ ଓ ଏସ୍‌ଏଫ୍‌ଟିଏମାନେ ଯୋଗ ଦେଇଥିଲେ । ଏହି ଅଧିବେଶନରେ ମୁଖ୍ୟତଃ କର୍ମଚାରୀମାନଙ୍କ କର୍ମକ୍ଷେତ୍ରରେ ଅନୁଭବ କରୁଥିବା ସମସ୍ୟା, ଦରମା, ଗ୍ରେଡ଼ ପେ, ପଦୋନ୍ନତି ଭଳି ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା । ସଂଘର ମୁଖ୍ୟତଃ ୪ ଦଫା ଦାବି ନେଇ ଆଗାମୀ ଦିନରେ ସରକାରଙ୍କ ପାଖରେ ଉପସ୍ଥାପନ କରାଯିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଦାବିଗୁଡ଼ିକ ହେଲା (୧) ୬ବର୍ଷ ଚୁକ୍ତିଭିତ୍ତିକ ନିଯୁକ୍ତି ସମୟକୁ ଚାକିରୀ ସମୟ ଭିତରେ ଗଣନା କରିବା (୨) ଦୀର୍ଘ ୩୦ ବର୍ଷ ପୂର୍ବରୁ ସରକାର ଜେଏଫ୍‌ଟିଏ ମାନଙ୍କର ଗ୍ରେଡ଼ ପେ ୧୮୦୦ଟଙ୍କା ରଖିଥିବା ପରିପ୍ରେକ୍ଷୀରେ ଆଜି ପର୍ଯ୍ୟନ୍ତ ପରିବର୍ତ୍ତନ ନ କରିବାରୁ ୨୮୦୦ ଟଙ୍କାକୁ ବୃଦ୍ଧି କରିବା (୩) ଅନ୍ୟ ବିଭାଗ ଭଳି ଚାକିରୀ ସର୍ତ୍ତାବଳୀ ପୁନର୍ଗଠନ କରି ଉପଯୁକ୍ତ ପ୍ରାପ୍ୟ, ଅନ୍ୟାନ୍ୟ ସରକାରୀ ସୁବିଧା ଓ ପ୍ରମୋଶନର ସୁବିଧା ଯୋଗାଇଦେବା (୪) ପୂର୍ବରୁ ନିଯୁକ୍ତି ପାଇଥିବା ଏଲିଜିବିଲିଟ କ୍ରାଏଟରିଆ ଯୁକ୍ତ ଦୁଇ ବିଜ୍ଞାନ ଓ ଯୁକ୍ତ ଦୁଇ ଧନ୍ଦାମୂଳକ ଶିକ୍ଷା ପରିବର୍ତ୍ତେ ଡ଼ିପ୍ଲୋମା ଫିସେରୀ କରିବା । ଏହି ଅଧିବେଶନରେ ପ୍ରାୟ ୧୭୬ଜଣ ଜେଏଫ୍‌ଟିଏ ଓ ଏସ୍‌ଏଫଟିଏ କର୍ମଚାରୀମାନେ ଯୋଗ ଦେଇଥିଲେ ଓ ସେମାନଙ୍କର ୨୦୨୨ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଆଜି ଚୟନ କରାଯାଇଥିଲା । ସଂଘର ନୂତନ ସଭାପତି ଭାବେ ମହେନ୍ଦ୍ର ପରମାଣିକ ଏବଂ ସାଧାରଣ ସମ୍ପାଦକ ଭାବେ ପର୍ଶୁରାମ ତ୍ରିପାଠୀ ନିର୍ବାଚିତ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶାନ୍ତନୁ କୁମାର ସାହୁ, ପାଣ୍ଡବ ଡ଼େଲକୀ, କିରଣ କୁମାର ସ୍ୱାଇଁ ଉପସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଯୁଗ୍ମ ସମ୍ପାଦକ ଭାବେ ରାଜେନ୍ଦ୍ର କୁମାର ମୁଖୀ, ଯୁଗ୍ମ ସମ୍ପାଦକ ଅଫିସ୍ ଭାବେ ସିଦ୍ଧାର୍ଥ ସ୍ୱରୂପ ଜେନା, ଯୁଗ୍ମ ସମ୍ପାଦକ ଅର୍ଥ ଭାବେ ବିଶ୍ୱନାଥ ନାୟକ ନିର୍ବାଚିତ ହୋଇଛନ୍ତି । ଅନିତା ବେଉରା, କାର୍ଯ୍ୟକାରୀ ସଦସ୍ୟା ଭାବେ ନିର୍ବାଚିତ ହୋଇଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ