ନିଖୋଜ ଯୁବକର ମୃତ ଦେହ ଉଦ୍ଧାର : କୁସୁନପୁର ଗ୍ରାମରେ ଶୋକାକୂଳ ପରିବେଶ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଆଗରପଡା ଥାନା କାଦବରାଙ୍ଗ ପଞ୍ଚାୟତ ଅଧିନ କୁସୁନପୁର ଗ୍ରାମରେ ଶନିବାର ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଗ୍ରାମର ନରହରି ଯେନାଙ୍କ ପୁଅ ମନୋଜ(୧୭) ଶୁକ୍ରବାର ରାତି ଠାରୁ ନିଖୋଜ ଥିବା ବେଳେ ଆଜି ତାଙ୍କ ମୃତ ଦେହ ଗ୍ରାମର ଏକ ପୋଖରୀରୁ ଉଦ୍ଧାର କରାଯାଇଛି । ପ୍ରକାଶ ଯେ, ଶୁକ୍ରବାର ରାତ୍ରି ପ୍ରାୟ୧୧ଟା ସମୟରେ ମନୋଜ ଶୌଚ ହେବାକୁ କହି ଘରୁ ଏକୁଟିଆ ବାହାରକୁ ଯାଇଥିଲେ । କିନ୍ତୁ ଆଉ ସେ ଘରକୁ ଫେରି ନଥିଲେ । ପୁଅର ଘରକୁ ଫେରିବା ବିଳମ୍ବ ଦେଖି ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇନଥିଲେ । ଶେଷରେ ରାତିରେ ମନୋଜର ବାପା ଆଗରପଡା ଥାନାରେ ପୁଅ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ । ଶନିବାର ସକାଳ ଠାରୁ ଆଗରପଡା ପୋଲିସ ଓ ଦମକଳ ବାହିନୀ ଅକ୍ଲାନ୍ତ ପରିଶ୍ରମ କରି ଗାଁ ପରିସରରେ ଥିବା ବିଭିନ୍ନ ପୋଖରୀ ଓ ନାଳରେ ଖୋଜାଖୋଜି କରିଥିଲେ । ଶେଷରେ ଏକ ପୋଖରୀରୁ ମନୋଜର ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଏନେଇ କେସ ନଂ-୧୬/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି । ମନୋଜ ପରିବାରର ଏକ ମାତ୍ର ପୁଅ ହୋଇଥିବାରୁ ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ